ନ୍ୟୁଜ୍

ରାସ୍ତାରେ ପଡିଛି ନବଜାତ ଶିଶୁର କଟାମୁଣ୍ଡ, ପୋଲିସର ତଦନ୍ତ ଜାରି

angul

ଅନୁଗୁଳ: ରାସ୍ତାରେ ପଡିଛି ନବଜାତ ଶିଶୁର କଟାମୁଣ୍ଡ । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ସହରର ମିଶ୍ରପଡା ଅଞ୍ଚଳରେ । ଆଜି ସକାଳୁ ଏହି ଅଭାବନୀୟ ଦୃଶ୍ୟ ଦେଖିବା ପରେ ଅଞ୍ଚଳବାସୀ ଉଦବେଗ ପ୍ରକାଶ କରିଛନ୍ତି । ସହରର ମିଶ୍ର ପଡାଠାରୁ କଳିଙ୍ଗା ଠାକୁରାଣୀ ରାସ୍ତା ଉପରେ ପଡିଥିବା ଏହି କଟା ମୁଣ୍ଡଟି କୌଣସି ନବଜାତର ହୋଇଥିବା ଅନୁମାନ କରାଯାଉଥିବାବେଳେ ଶରୀରଟିକୁ ବୁଲା କୁକୁର କାମୁଡି ଖାଇ ଦେଇଥିବା ଅନୁମାନ କରାଯାଉଛି ।

ଗର୍ଭପାତ ପରେ ମୃତ ନବଜାତ ଶିଶୁ ବା ଜୀବିତ ଶିଶୁ କନ୍ୟାକୁ ନିକଟସ୍ଥ ଡ଼ଷ୍ଟବିନରେ ପକାଇ ଦେବା ପରେ ଏଭଳି ଘଟଣା ଘଟିଥାଇପାରେ ମଧ୍ୟ କୁହାଯାଉଛି । ଏଭଳିସ୍ଥଳେ ସ୍ଥାନୀୟ ଲୋକେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top