ନ୍ୟୁଜ୍

ପରିତ୍ୟକ୍ତ କୂଅରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

child dead

ବୌଦ୍ଧ:  ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଭଗାମୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା । ପରିତ୍ୟକ୍ତ କୂଅରୁ ମୃତ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁସାରେ,  ଆଜି ସକାଳୁ ଗ୍ରାମର କିଛି ଯୁବକ ସେହି ବାଟ ଦେଇ ଯାଉଥିବା ସମୟରେ ଆଖପାଖରେ ଦୁର୍ଗନ୍ଧ ହେଉଥିବାରୁ ସେମାନେ କୂଅ ଭିତରେ ଦେଖିବାରୁ କୂଅରେ ଏକ ଶିଶୁପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଚାହୁଁ ଚାହୁଁ ଏଖବର ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିଲା ।

ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଶିଶୁଟିକୁ କିଏ ଏବଂ କାହିଁକି ଏପରିଭାବେ ଫୋପାଡିଦେଇଛି ସେନେଇ କୌଣସି ସୂଚନା ମିଳିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top