ନ୍ୟୁଜ୍

ପ୍ରଳୟଙ୍କରୀ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍

flood

ଅର୍ଗସ ବ୍ୟୁରୋ : ଅବିଶ୍ରାନ୍ତ ବର୍ଷା ପାଇଁ ଗତ ଅଗଷ୍ଟ ମାସରେ ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟର ୨୦ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ତେବେ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍। ଏହି ଟିମ୍ ଦୁଇଦିନ ଧରି ଓଡ଼ିଶାର ସର୍ବାଧିକ ବନ୍ୟା ପ୍ରଭାବିତ ୪ଟି ଜିଲ୍ଲା ଗସ୍ତ କରିବେ। ଏହାପରେ ୧୭ତାରିଖ ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ ଟିମ୍ ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ପହଂଚିବେ। ଏହି ଟିମରେ କୃଷି , ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ସଦସ୍ୟ ଅଛନ୍ତି। ଏହି ଟିମ୍ ୨ଟି ଭାଗରେ ବିଭକ୍ତ ହୋଇ ୧୬ ଓ ୧୭ତାରିଖ ଦୁଇଦିନ ଧରି ସର୍ବାଧିକ ବନ୍ୟା ପ୍ରଭାବିତ ୪ଟି ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଗସ୍ତ କରିବେ। ସେମାନେ ବନ୍ୟା କ୍ଷୟକ୍ଷତି ଆକଳନ କରିବା ସହ ୧୭ତାରିଖ ଅପରାହ୍ନରେ ଭୁବନେଶ୍ୱର ଫେରିବେ। ପରଦିନ ଅପରାହ୍ନ ୫ଟାରେ ଲୋକସେବା ଭବନରେ ମୁଖ୍ୟସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ସାମିଲ ହେବେ। ଏହି ଟିମ୍ ୧୭ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top