ନ୍ୟୁଜ୍

ଗଞ୍ଜାମରେ କୋଭିଡ ସ୍ଥିତିକୁ ନେଇ ଚିନ୍ତା, ଆଜି ଜିଲ୍ଲାର ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

CM Naveen Pattnaik

ଗଞ୍ଜାମ:  ଗଞ୍ଜାମରେ କୋଭିଡ ସ୍ଥିତିକୁ ନେଇ ଚିନ୍ତା । ଆଜି ଜିଲ୍ଲାର ସରପଞ୍ଚଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଗଞ୍ଜାମର ବିଭିନ୍ନ ଅଞ୍ଚଳର ସରପଞ୍ଚଙ୍କ ସହ ଆଲୋଚନା କରିବେ । ଜିଲ୍ଲାରେ ଗ୍ରାମପଞ୍ଚାୟତ ସ୍ତରରେ କୋଭିଡ ମ୍ୟାନେଜମେଣ୍ଟ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ୩ ହଜାରରୁ ଅଧିକ ପଜିଟିଭ ମାମଲା ସହ ରାଜ୍ୟରେ ସବୁଠୁ ଆଗରେ ରହିଛି ଗଞ୍ଜାମ ।

କରୋନା ମୃତ୍ୟୁ ସଂଖ୍ୟାରେ ମଧ୍ୟ ୧ ନମ୍ବରରେ ରହିଛି ଜିଲ୍ଲା । ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ମାତ୍ରାରେ ବଢ଼ିବାରେ ଲାଗିଛି । ଆଜି ମଧ୍ୟ ଗଞ୍ଜାମରୁ 233 କରୋନା ଆକ୍ରାନ୍ତ ସହ 6 ଜଣ ମୃତ୍ୟୁ ବରଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top