ନ୍ୟୁଜ୍

ଅଧରାତିରୁ ସଟଡାଉନ ହେଲା ସହର

ବାଲେଶ୍ଵର: ରାତି ୧୨ ରୁ ମଙ୍ଗଳବାର ସକାଳ ୫ ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କଲେ ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ। ଏନେଇ ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା। କିଛି ଦିନ ମଧ୍ୟରେ ନୀଳଗିରି ଏନଏସିରେ ରେ ୬ ଟି କରୋନା ପଜିଟିଭ ଚିହ୍ନଟ ହେବାରୁ ୬ ତାରିଖ ରାତି ୧୨ ଟାରୁ ୧୧ ତାରିଖ ସକାଳ ୫ ଯାଏଁ ନୀଳଗିରି ଏନଏସିକୁ ସମ୍ପୂର୍ଣ ସଟଡାଉନ ରହିବ ବୋଲି ସୂଚନା ଦେଇଛନ୍ତି ନୀଳଗିରି ଉପଜିଲାପାଳ। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। ତେବେ ନୀଳଗିରି ରେ ସଂକ୍ରମଣର ହାର ବଢ଼ୁଥୁବାରୁ ଅଧିକ ଟେଷ୍ଟ କରାଇବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top