X
Breaking News
ଦେଶ

‘ପାପା ଗୁଣ୍ଡା ପଠାଇବା ବନ୍ଦ କର, ମୁଁ ବାହା ହୋଇସାରିଛି’, ବାପାକୁ ଭିଡିଓରେ ଗୁହାରି କରୁଛି ଝିଅ

Sakhi Mishra

ନୂଆଦିଲ୍ଲୀ: ‘ପାପା ଗୁଣ୍ଡା ପଠାଇବା ବନ୍ଦ୍‌ କର ମୋତେ ବଞ୍ଚିବାକୁ ଦିଅ ଅଭି ସହିତ । ମୁଁ ଅଭିକୁ ବିବାହ କରିସାରିଛି ଏ ସିନ୍ଦୁର ମୁଁ ଫ୍ୟାସନ୍‌ ପାଇଁ ମଥାରେ ଲଗାଇ ନାହିଁ । ତୁମର ପାଳିତ ଗୁଣ୍ଡାକୁ କୁହ ଆମକୁ ପିଛା ନକରୁନ୍ତୁ’ ।

ଏହା କୌଣସି ଫିଲ୍ମର ଷ୍କ୍ରିପ୍ଟ ନୁହେଁ ବରଂ ଜଣେ ଝିଅ ନିଜ ବାପାଙ୍କୁ କହିଥିବା ଉକ୍ତି । ଦଳିତ ଯୁବକଙ୍କୁ ପ୍ରେମ ବିବାହ କରି ନିଜ ବାପାଙ୍କୁ ଏହି ଭିଡିଓ ମାଧ୍ୟମରେ ଗୁହାରି କରି ନିଜ ଜୀବନ ଆଉ ବିବାହ କରିଥିବା ଯୁବକର ଜୀବନ ଭିକ୍ଷା କରିଛନ୍ତି ଯୁବତୀ ଜଣକ । ଏହି ଭିଡିଓର ଏବେ ସୋଶିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି ।

ଭିଡିଓରେ ଗୁହାରୀ କରୁଥିବା ଯୁବତୀ ଜଣଙ୍କ ହେଲେ ଉତ୍ତରପ୍ରଦେଶ ବରେଲି ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା । ସୂଚନା ଅନୁସାରେ, ସାକ୍ଷୀ ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଅଭି ନାମକ ଜଣେ ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ତାଙ୍କ ବାପା ଏହା ଜାଣିବା ପରେ ଗୁଣ୍ଡା ପଠାଇ ସେମାନଙ୍କୁ ପିଛା କରିବା ସହିତ ହଇରାଣ କରୁଥିବା ସାକ୍ଷୀ ଭଡିଓରେ କହିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ସାକ୍ଷୀ ପୋଲିସ୍‌କୁ ସୁରକ୍ଷା ମାଗିବା ସହ ନିଜ ବାପାଙ୍କୁ ଗୁଣ୍ଡା ନ ପଠାଇବାକୁ ଗୁହାରି କରିଛନ୍ତି ଭିଡିଓ ମାଧ୍ୟମରେ ।

‘ମାନନୀୟ ବିଧାୟକ ପପୁ ଭରତୌଲ ଓ ଭିକି ଭରତୌଲ ଶାନ୍ତିରେ ରୁହ ଓ ବଞ୍ଚିବାକୁ ଦିଅ । ମୁଁ ସତରେ ବାହା ହୋଇଯାଇଛି । ଏହି ସିନ୍ଦୂରକୁ କୌଣସି ଫ୍ୟାଶନ ପାଇଁ ମୁଁ ଲଗାଇ ନାହିଁ ବରଂ ବିବାହ କରିଛି ବୋଲି ଲଗାଇଛି ।’ ଭାଇରାଲ ହୋଇଥିବା ଭିଡିଓରେ ସାକ୍ଷୀ ଏହା କହୁଥିବା ଦେଖିବାକୁ ମିଳିଛି । ‘ପାପା, ତୁମେ ମୋ ପଛରେ ରାଜୀବ ରାଣା ଭଳି ଗୁଣ୍ଡା ପଠାଇବା ବନ୍ଦ କର, ଅଭି (ସାକ୍ଷୀଙ୍କ ସ୍ୱାମୀ) ଓ ତାଙ୍କ ପରିବାର ଲୋକଙ୍କୁ ହଇରାଣ କରିବା ବନ୍ଦ କର । ମୁଁ ଖୁସିରେ ଓ ସ୍ୱାଧୀନ ଭାବରେ ରହିବାକୁ ଚାହୁଁଛି ।’ ଭିଡିଓରେ ସାକ୍ଷୀ ଏହା  କହୁଥିବା ଦେଖିବାକୁ ମିଳିଛି ।</p>

Click to comment

Leave a Reply

Your email address will not be published. Required fields are marked *

Most Popular

To Top