ନ୍ୟୁଜ୍

ବୀରମିତ୍ରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଇବା ଘଟଣାର କାର୍ଯ୍ୟାନୁଷ୍ଠାନ, ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ  ବହିଷ୍କାର କଲେ ଡିଜିପି

dgp abhaya

ଅର୍ଗସ ବ୍ୟୁରୋ: ବୀରମିତ୍ରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଇବା ଘଟଣାର କାର୍ଯ୍ୟାନୁଷ୍ଠାନ । ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ  ବହିଷ୍କାର କଲେ ଡିଜିପି । ଥାନାଧିକାରୀଙ୍କ କାର୍ଯ୍ୟ ଲଜ୍ଜିତ ଓ ନିନ୍ଦିତ କରିଛି କହିଲେ ଡିଜିପି । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ସେପଟେ ବଡବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଲେଖାଶ୍ରୀ । ପୋଲିସ ଡିଜି କହିଛନ୍ତି, ଆଇଆଇସିଙ୍କ ଆଚରଣ ଲଜ୍ଜାଜନକ ଥିଲା । ପୋଲିସ ବିଭାଗ ପକ୍ଷରୁ ନାବାଳିକାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପୋଲିସ ଡିଜି ।

dgp

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।  ପୂର୍ବରୁ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା   ।ସୂଚନାନୁସାରେ, ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ବାରମ୍ବାର ଦୁଷ୍କର୍ମ କରିବା ଓ ଗର୍ଭପାତ ଉଦ୍ୟମ ଅଭିଯୋଗରେ ଥାନାରେ ମାମଲା ହୋଇଥିଲା । ଆଇଆଇସିଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଫେରାର୍ ଅଛନ୍ତି ସମସ୍ତ ଅଭିଯୁକ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top