ଅପରାଧ

ପୁଅର ଛୁରାମାଡରେ ବାପା ମୃତ

କଟକ : ପିତୃହନ୍ତା ପୁଅ । ପୁଅର ଛୁରାମାଡରେ ବାପା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁରେ । ଘରୋଇ କଳିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଛି । ସାନ ପୁଅ ଓ ବାପା ଏକାଠି ରହୁଥିବା ବେଳେ ବଡପୁଅ ଅଲଗା ରହୁଥିଲା ।

ତେବେ ଗତକାଲି ବାପ ଓ ସାନ ଭାଇ ସହ ବଡପୁଅ ଝଗଡା କରିଥିଲା । ଏନେଇ ବାପା ଓ ସାନପୁଅ ଗାଁ ମୁରବିଙ୍କୁ ଜଣାଇଥିଲେ । ଏହାପରେ ବଡପୁଅ କ୍ରୋଧାନ୍ୱିତ ହୋଇ ବାପାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ବାପା ମନୋଜ ପୂର୍ତ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସାନପୁଅ ଆହତ ହୋଇଛି । ଗୁରୁତର ଅବସ୍ଥାରେ ସାନପୁଅକୁ ଏସସିବି ସ୍ଥାନାନ୍ତର କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top