ଖେଳ

ଆଗାମୀ ଆଇପିଏଲ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ନେଇ ଆଜି ହେବ ବୈଠକ

ଅର୍ଗସ  ବ୍ୟୁରୋ: ଆଜି ଆଇପିଏଲ୍ ପରିଚାଳନା ପରିଷଦ ତରଫରୁ ଆଗାମୀ ଆଇପିଏଲ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୌଠକରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଆଇପିଏଲର ତାରିଖ ଏବଂ ସମୟ ଧାର୍ଯ୍ୟ କରାଯିବ । ଏହା ସହ ଏବେ ମହାମାରୀ କରୋନା ସମୟ ଚାଲିଥିବାରୁ ଏହାକୁ ଆଖି ଆଗରେ ରଖି ଏକ ଗାଉଡ ଲାଇନ ମଧ୍ୟ ପ୍ରସ୍ତୁତ କରାଯିବ ।

ଚାଇନିଜ କମ୍ପାନୀ ଭିଭୋ ଏଥର ଆଇପିଏଲର ସ୍ପନଶର ରହିବ କି ନାହିଁ ସେ ସମ୍ପର୍କରେ ଆଲୋଚନା କରାଯିବ ଏବଂ ଆଗାମୀ ଆଇପିଏଲ ଆୟୋଜନ କରିବା ନିମନ୍ତେ ସରକାରଙ୍କ ଅନୁମତି ମିଳିବା ଦିଗରେ ମଧ୍ୟ ଆଲୋଚନା କରାଯିବ । ଅନ୍ୟପକ୍ଷରେ ଲିଗ୍‌କୁ ସଂଯୁକ୍ତ ଆରବ ଏମିରେଟ୍ସକୁ ସ୍ଥାନାନ୍ତର କରିବାକୁ ବିସିସିଆଇ ପ୍ରସ୍ତୁତ ହୋଇଥିବାବେଳେ ବ୍ରିଜେଶ ପଟେଲଙ୍କ ନେତୃତ୍ୱାଧୀନ ଶାସକ ପରିଷଦର ୧୦-ପଏଣ୍ଟ ଏଜେଣ୍ଡାରେ ସରକାରଙ୍କ ତରଫରୁ ଅନୁମତି ମିଳିବା ନିହାତି ଦରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top