ନ୍ୟୁଜ୍

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

fire

ଭଦ୍ରକ:  ବାସୁଦେବପୁର ବ୍ଲକର ସୁଗୋ ଜେନା ସାହି ଛକରେ ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି ଦୋକାନ ଜଳିଗଲା । ସୂଚନାନୁସାରେ, ସୁଗୋ ଜେନା ସାହି ଛକର ହରିହର ଜେନାଙ୍କର ଜଳଖିଆ ଦୋକାନରେ ଗତକାଲି ଅପରାହ୍ନରେ ଗ୍ୟାସ ଲଗାଉଥିବା ବେଳେ ଗ୍ୟାସ ଲିକ ହୋଇ ନିଆଁ ଲାଗି ଯାଇଥିଲା । ଭୟରେ ଦୋକାନୀ ହରିହର ଦୋକାନ ଛାଡି ଦୌଡି ପଳାଇ ଯାଇଥିଲେ ।

କିଛି ସମୟ ପରେ ସିଲିଣ୍ଡରଟି ଫାଟିଥିଲା । ଖବର ପାଇ ବାସୁଦେବପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଦୋକାନରେ ଥିବା ସମସ୍ତ ଜିନିଷ ପୋଡି ପାଉଁସ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top