ଦେଶ

ବଢିଲା ଧାନର MSP, କପା ଓ ଡାଲି ଜାତୀୟ ଫସଲକୁ ମଧ୍ୟ ଗୁରତ୍ୱ ଦେଇଛନ୍ତି କେନ୍ଦ୍ର ସରକାର

MODI farmer

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତଃ ଘଟିଛି । ଦେଶରେ ମେରୁଦଣ୍ଡ କୁହାଯାଉଥିବା ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ଦିଗରେ କେନ୍ଦ୍ର ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି । ଧାନର ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ସେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାନରେ 3.7% ପ୍ରତିଶତ ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି । ଏବେ କ୍ୱିଣ୍ଟାଲ ପିଛା ଧାନର ମୂଲ୍ୟ 1815 ଟଙ୍କାରେ ପହଞ୍ଚିଛି । ଧାନରେ ପ୍ରତି କ୍ୱିଣ୍ଟାଲ ପିଛା 65 ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ସେହିଭଳି ଜଅ ଏବଂ ରାଗି ଶସ୍ୟ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି । ଜଅର କ୍ୱିଣ୍ଟାଲ ପିଛା ଦର ଏବେ 120 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ରାଗି କ୍ୱିଣ୍ଟାଲ ପିଛା 253 ଟଙ୍କା ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ପକ୍ଷରୁ ନିଆଯାଇଛି ।

ଖାଲି ସେତିକି ନୁହେଁ କେନ୍ଦ୍ର କୃଷିମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, 2019-20 ବର୍ଷ ପାଇଁ ହରଡ଼, ମୁଗ, ବିରି ଆଦି ଡାଲି ଜାତୀୟ ଫସଲର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି । ହରଡ଼ କ୍ୱିଣ୍ଟାଲ ପିଛା ଦର 215 ବୃଦ୍ଧି କରାଯାଇଥିବା ବେଳେ ମୁଗ 75 ଟଙ୍କା ଓ ବିରି ମୂଲ୍ୟ 100 ଟଙ୍କା ବୃଦ୍ଧି କରାଯାଇଛି ।

ସେହିଭଳି ଚୀନାବାଦମ ଓ ସୋୟାବିନ୍‌ କ୍ଷେତ୍ରରେ ମଧ୍ୟ ଦର ବୃଦ୍ଧି କରାଯାଇଛି । ଚୀନାବାଦାମ କ୍ୱିଣ୍ଟାଲ ପିଛା ଦର 200 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ସୋୟାବିନ୍‌ ଦର 311 ଟଙ୍କାକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ କପା ଚାଷକୁ ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି କେନ୍ଦ୍ର ସରକାର । ମଧ୍ୟମ କପାର ଏମ୍‌ଏସ୍‌ପି ମୂଲ୍ୟ କ୍ୱିଣ୍ଟାଲ ପିଛା 105 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ବଡ଼ କପାର ମୂଲ୍ୟ 100 ଟଙ୍କା ବୃଦ୍ଧି କରାଯାଇଛି ।

ସବୁଠାରୁ ବଡ଼ କଥା ହେଲା ମୋଦି ସରକାରଙ୍କ ପକ୍ଷରୁ ହଠାତ୍‌ ଚାଷୀଙ୍କ ପାଇଁ ଏଭଳି ଉପହାର ଦିଆଯାଉଥିବାରୁ ବିରୋଧୀ ଏବେ ମୁକ ପାଲଟି ଯାଇଛନ୍ତି । ସବୁବେଳେ ଚାଷ ଓ ଚାଷୀଙ୍କ ସମସ୍ୟା କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବିରୋଧୀଙ୍କ ମୂହଁ ଏବେ ଚୁପ୍‌ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top