ନ୍ୟୁଜ୍

ଅଯୋଧ୍ୟାରେ ଭୂମିପୂଜନ ଏବଂ ଶିଳାନ୍ୟାସ ସମାରୋହ ମୋ ପାଇଁ ଏକ ଅତ୍ୟନ୍ତ ଆନନ୍ଦର ଦିନ: ରାଜ୍ୟପାଳ ଗଣେଶୀ ଲାଲ  

 ଭୁବନେଶ୍ୱର:  ଅଯୋଧ୍ୟାରେ ଭୂମିପୂଜନ ଏବଂ ଶିଳାନ୍ୟାସ ଅବସରକୁ  ରାଜ୍ୟପାଳ  ଗଣେଶୀ ଲାଲ ଏହାକୁ ତାଙ୍କ ଜୀବନର ଏକ ଖୁସିର ଦିନ ଭାବରେ ଚିହ୍ନିତ କରିଛନ୍ତି ।  ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଆଜି ଅଯୋଧ୍ୟାରେ ରାମଜନ୍ମ ଭୁମିରେ ଭୂମି ପୂଜା ଏବଂ ଶିଳାନ୍ୟାସ କରିଛନ୍ତି । ତେବେ ଆଜିର ଦିନ ଭାରତ ପାଇଁ ଏକ ଐତିହାସିକ  ଏବଂ ଗୌରବପୂର୍ଣ୍ଣ ଦିନ ବୋଲି ନିଜ ଟୁଇଟର ପେଜ୍‌ରେ  ଉଲ୍ଲେଖ କରିଛନ୍ତି ରାଜ୍ୟପାଳ । ଏଥିସହିତ ଏହି ଦିନ  ଇତିହାସର ପୃଷ୍ଠାରେ ସ୍ୱଣ୍ଣିମ  ଦିନ ଭାବରେ ପରିଗଣିତ ହେବ  । ଏହି ଦିନ ମୋ ପାଇଁ ଏକ ଆନନ୍ଦର ଦିନ  ଓ ଖୁସିର ଦିନ ବୋଲି ଶ୍ରୀ ଗଣେଶୀ ଲାଲ୍‌ କହିଛନ୍ତି । ମର୍ଯ୍ୟାଦା  ପୁରୁଷୋତ୍ତମମ୍ ଶ୍ରୀ ରାମ ଜଣେ ସର୍ବୋଚ୍ଚ ଉତ୍କର୍ଷର ପ୍ରତୀକ ଅଟନ୍ତି, ଯାହା ଜଣେ ବ୍ୟକ୍ତି ହାସଲ କରିବା ଅସମ୍ଭବ ବୋଲି ମାନ୍ୟବର ରାଜ୍ୟପାଳ  ଭୁମି ପୂଜନ ଅବସରରେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top