ନ୍ୟୁଜ୍

ରାଜ୍ୟରେ ଖୋଲିବ ଜିମ୍‌, ବନ୍ଦ ରହିବ ସିନେମା ହଲ୍‌- ରାତ୍ରି କାଳୀନ କର୍ଫ୍ୟୁ ବଳବତ୍ତର

ଭୁବନେଶ୍ବର : ଆଜି ଅଗଷ୍ଟ ମାସ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି କଟକଣାରେ ରାତ୍ରିକାଳୀନ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି । ସେହିପରି କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଭାବେ ଲାଗୁ ରହିବ । ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସ୍‌ଜିଦ୍‌ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ସିନେମା ହଲ୍‌, ଅଡିଟୋରିୟମ୍‌, ସୁଇମିଂ ପୁଲ୍‌, ଆସେମ୍ଲି ହଲ୍‌ ବନ୍ଦ ରହିବ ।

ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସମାବେଶଗୁଡିକୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଅଙ୍ଗନଓ୍ବାଡିଗୁଡିକ ମଧ୍ୟ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ପାଠ ପଢା ବନ୍ଦ ରହିବ । କିନ୍ତୁ ଖାତା ଦେଖା ହୋଇପାରିବ । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ୍‌ ମୁତାବକ ଅଗଷ୍ଟ 5ରୁ ଯୋଗ ସେଣ୍ଟର ଓ ଜିମ୍ନାସିୟମ୍‌ ଖୋଲା ଯାଇ ପାରିବ । ଅଗଷ୍ଟ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ରାତ୍ରି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରି ରହିବ ।

ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ । ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଏବଂ କଟକ ଓ ରାଉରକେଲା ମ୍ୟୁନିସପାଲ୍ କର୍ପୋରେସନ୍‌ରେ ଅଗଷ୍ଟ ମାସର ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । ଅଗଷ୍ଟ 1 ତାରିଖ ଓ ଅଗଷ୍ଟ 2 ତାରିଖରେ ସଟ୍‌ଡାଉନ୍‌ ଦିନ 1ଟା ପରଠାରୁ ସଟ୍‌ଡାଉନ୍‌ ଆରମ୍ଭ ହେବ । ଏହି ଦୁଇଦିନ ସକାଳ 5ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ଅଫିସ୍‌ ଖୋଲା ରହିବ । ସଟ୍‌ଡାଉନ୍‌ 1ଟା ପରଠାରୁ ସଟ୍‌ଡାଉନ୍‌ ଆରମ୍ଭ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top