ଦେଶ

ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ, ରାଷ୍ଟ୍ରପତି ସହ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

IAF

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ । ସମଗ୍ର ଦେଶ ଗୋଟିଏ ପଟେ ଦୁର୍ଗା ପୂଜା ପାଳନ କରୁଥିବାବେଳେ ଅନ୍ୟପଟେ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ । ଏହି ଦୁଇଟି ଖୁସିର ମାହୋଲ ମଧ୍ୟରେ ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଫ୍ରାନ୍ସ ଠାରୁ ଭାରତର ପ୍ରଥମ ଲଢୁଆ ବିମାନ ରାଫେଲ ଆଣିବେ । ରାଜନାତ ସିଂହ ଏବେ ପ୍ରାନ୍ସରେ ଅଛନ୍ତି ।

ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଇଁ ଗାଜିଆବାଦର ହିଣ୍ଡୋନ ଏୟାର ଫୋର୍ସ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାୟୁସେନା ପାଖରେ ଥିବା ବିଭିନ୍ନ ପରିବହନ ବିମାନ, ହେଲିକପ୍ଟର ଓ ଯୁଦ୍ଧ ବିମାନ ନିଜର ପରାକ୍ରମ ଦେଖାଇବେ । ଏଥିରେ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଯୋଗଦେବେ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁ ଯୋଦ୍ଧା ଓ ବାୟୁସେନା ସୈନିକମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି । ବାୟୁସେନା ଆମ ଦେଶର ଗୌରବ ବୋଲି କହିଛନ୍ତି ରାଷ୍ଟ୍ରପତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଭାରତୀୟ ବାୟୁସେନାର ସାହାସକୁ ପ୍ରଶଂସା କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଭାରତୀୟ ବାୟୁସେନାକୁ ପ୍ରଶଂସା କରିଛନ୍ତି । ତାଙ୍କ ବୀରତ୍ୱ ପାଇଁ ସାରା ଦେଶ ଗର୍ବ ଅନୁଭବ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top