ଖେଳ

ଆଗାମୀ ସପ୍ତାହରେ ଆରମ୍ଭ ହେବ ଭାରତୀୟ ହକି ଦଳର ଟ୍ରେନିଙ୍ଗ କ୍ୟାମ୍ପ

ଅର୍ଗସ ବ୍ୟୁରୋ: ମହାମାରୀ କରୋନା ଯୋଗୁଁ ଦୀର୍ଘ ଛଅ ସପ୍ତାହ ବିଶ୍ରାମ ପରେ ପୁଣି ଥରେ ଅଭ୍ୟାସ କରିବା ନିମନ୍ତେ ପଡିଆକୁ ଓଲ୍ହାଇବେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିମାନେ । ତେବେ ବାଙ୍ଗାଲୋରର ସ୍ପୋର୍ଟ୍ସ ଅଥେରଟି ଅଫ ଇଣ୍ଡିଆର କ୍ୟାମ୍ପସରେ ଆୟୋଜିତ ଏହି ଟ୍ରେନିଙ୍ଗ କ୍ୟାମ୍ପ ଅଗଷ୍ଟ 4 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର 30 ଯାଏ ଅନୁଷ୍ଠିତ ହେବ । ତେବେ ଖେଳାଳିମାନଙ୍କୁ ଯଥାଶୀଘ୍ର କ୍ୟାମ୍ପରେ ଯୋଗ ଦେବାକୁ କୁହାଯାଇଛି ।

ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି କ୍ୟାମ୍ପରେ 33 ଜଣ ପୁରୁଷ ଖେଳାଳି ଏବଂ 8 ଜଣ ସପୋର୍ଟ ଷ୍ଟାଫ ରହିବେ । ସେହିପରି ମହିଳା ଦଳ ପକ୍ଷରୁ ମଧ୍ୟ 24 ଜଣ ଖେଳାଳି ଏବଂ 7 ଜଣ ସପୋର୍ଟ ଷ୍ଟାଫ ରହିବେ  ।  ଏହି କ୍ୟାମ୍ପ ଆୟୋଜନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଖେଳାଳି ଏବଂ ସପୋର୍ଟ ଷ୍ଟାଫ ମାନଙ୍କ ପାଇଁ କ୍ଵାରେନଟିନରେ ରହିବାର ବ୍ୟବସ୍ଥା କରାଯାଇଛି ।

ସେହିପରି ସମସ୍ତ ଖେଳାଳି ଯେଉଁ ହଷ୍ଟେଲ ମାନଙ୍କରେ ରହିବେ ସେଗୁଡିକୁ ସାନିଟାଇଜ କରାଯାଇଛି । କରୋନା ଟେଷ୍ଟର ମଧ୍ୟ ସୁବିଧା କରାଯାଇଛି  ।  କ୍ୟାମ୍ପ ଚାଲିଥିବା ସମୟରେ ଯଦି କୌଣସି ଖେଳାଳି କିମ୍ବା ଅଫିସିଆଲ ଷ୍ଟାଫ ପଜିଟିଭ ଚି଼ହ୍ନଟ ହୁଅନ୍ତି ସେମାନଙ୍କୁ ରଖିବା ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ ହଲର ବ୍ୟବସ୍ଥା କରାଯାଇଛି ବୋଲି ସ୍ପୋର୍ଟ୍ସ ଅଥେରେଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top