ଟିଭି

କମେଡି କିଙ୍ଗ କପିଲ୍ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଖୁବ୍ ଶୀଘ୍ର ନୂଆ ଏପିସୋଡ୍ ସହିତ ତାଙ୍କ ସୋକୁ ଫେରିପାରନ୍ତି । ମହାରାଷ୍ଟ୍ର ସରକାର କିଛି ସର୍ତ୍ତ ସହିତ ଶୋର ଶୁଟିଂ ପାଇଁ ଅନୁମତି ଦେଇଛନ୍ତି । ତେଣୁ ଏବେ ଚ୍ୟାନେଲ ଓ ପ୍ରଡକ୍ସନ ହାଉସ ଏହା ଉପରେ ଚିନ୍ତା କରୁଛନ୍ତି । କାରଣ ଏହା ଏକ ଲାଇଭ୍ ଅଡିଏନ୍ସ ବେସଡ୍ ଶୋ ତେଣୁ ବର୍ତ୍ତମାନ ସ୍ଥିତିରେ ଅଡିଏନ୍ସଙ୍କୁ ଏକାଠି କରିବା ଏକ ଚ୍ୟାଲେଂଜ ପାଲଟିବ । ତେବେ ଜଣାପଡିଛି ଯେ, ଏ ଯାଏଁ କୌଣସି ନିଷ୍ପତି ନିଆଯାଇ ପାରିନାହିଁ । କିନ୍ତୁ ଖୁବ୍ ଶୀଘ୍ର ଏନେଇ କିଛି ନିଷ୍ପତି ନିଆଯିବ ବୋଲି ଖବର ଆସିଛି ।

ବଚ୍ଚନ ଯାଦବ ଭୂମିକାରେ ଅଭିନୟ କରୁଥିବା କିକୁ ଶାରଦା କହିଛନ୍ତି ଯେ, ବୋଧହୁଏ ଦର୍ଶକମାନେ ଆସନ୍ତା ମାସରେ ଅର୍ଥାତ୍ ଜୁଲାଇର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ନୂତନ ଏପିସୋଡ୍ ଦେଖିବାକୁ ପାଇପାରିବେ । ତେବେ ଏପର୍ଯ୍ୟନ୍ତ ଶୁଟିଂ ତାରିଖ ସ୍ଥିର ହୋଇନାହିଁ । ସେହିପରି ଭାରତୀ ସିଂ କହିଛନ୍ତି, “ଚଳିତ ମାସ ଶେଷ ସୁଦ୍ଧା ଶୁଟିଂ ଆରମ୍ଭ ହେବା ଉଚିତ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ତାରିଖ କୁହାଯାଇ ନାହିଁ ।

ଆମେ ମଧ୍ୟ ଅପେକ୍ଷା କରିଛୁ।” ଏହାସହ ପ୍ରଶଂସକ ମଧ୍ୟ ଅପେକ୍ଷା କରି ରହିଛନ୍ତି କେବେ ଆସିବ ଏହି ସୋ । ଏପରିକି ସମସ୍ତେ ଆଶାବାଦୀ ଅଛନ୍ତି ଯେ, ଖୁବ ଶୀଘ୍ର କିଛି ନା କିଛି ନିଷ୍ପତି ନିଆଯିବ । ଆଉ ଆରମ୍ଭ ହେବ ଏହି କମେଡି ସୋ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top