ନ୍ୟୁଜ୍

ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷାକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ଅର୍ଗସ ବ୍ୟୁରୋ : ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷାକୁ ନେଇ ସାରା ରାଜ୍ୟରେ ବିରୋଧ ପରେ ଆଜି ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଜରୁରୀ ବୈଠକ। ଭିଡିଓ କନଫରେନ୍ସ ଜରିଆରେ ସବୁ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ସମସ୍ତ ସ୍ଵୟଂ ଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସହ ଏବାବଦରେ ଆଲୋଚନା ହେବ ।

ପରୀକ୍ଷା ଓ ଶିକ୍ଷାୟତନ ନେଇ ଆଲୋଚନା ହେବ । ସକାଳ 11ଟାରୁ ଦିନ 2ଟା ଯାଏ ବୈଠକ ଚାଲିବ । ପୂର୍ବରୁ ବିଭାଗ ପକ୍ଷରୁ ଯୁକ୍ତ ତିନି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷାକୁ ଛାଡ଼ି ଅନ୍ୟ ସେମିଷ୍ଟର ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top