ଦେଶ

ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୪୮.୦୭%କୁ ବୃଦ୍ଧି: ଲଭ ଅଗ୍ରୱାଲ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ବୃଦ୍ଧି ପାଉଛି । ଏପର୍ଯ୍ୟନ୍ତ ୯୫,୫୨୭ ରୋଗୀ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର ୪୮.୦୭ ପ୍ରତିଶତରେ ପହଞ୍ଚିଛି ।

ସେହିପରି ଦେଶରେ କରୋନା ମୃତ୍ୟୁ ହାର ରହିଛି ୨.୮୨ ପ୍ରତିଶତ। ଯାହାି ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ସବୁଠୁ କମ୍‌ । ଦେଶରେ ଯେଉଁମାନଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ଲୋକ ଅନ୍ୟ ରୋଗରେ ପୀଡ଼ିତ ଥିବା ନେଇ ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦେଶରେ ଏବେ ୬୮୧ଟି ଲାବୋରେଟୋରିରେ କରୋନା ପରୀକ୍ଷା କରାଯାଇଛି । ସେଗୁଡ଼ିକ ମଧ୍ୟରୁ ୪୭୬ଟି ସରକାରୀ ଏବଂ ୨୦୫ଟି ଘରୋଇ ଲାବୋରେଟୋରି ସାମିଲ ଅଛି । ଆଜି ୧ ଳକ୍ଷ ୨୦ହଜାର ନମୂନା ଟେଷ୍ଟ କରାଯାଇଥିବା ନେଇ କହିଛନ୍ତି ଆଇସିଏମଆର ବୈଜ୍ଞାନିକ ନିବେଦିତା ଗୁପ୍ତା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top