ନ୍ୟୁଜ୍

ଋଷ ଆଣିଲା କରୋନା ଟିକା

corona

ଅର୍ଗସ ବ୍ୟୁରୋ:  ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ଋଷ ଆଣିଲା କରୋନା ଟିକା । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ଋଷ ପଂଜୀକରଣ କରିଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନକୁ ମଞ୍ଜୁରି ଦେଇଛି । ତେବେ ସବୁଠାରୁ ବଡ କଥା ହେଲା ପୁଟିନଙ୍କ ଝିଅକୁ ବିଶ୍ୱର ପ୍ରଥମ କରୋନା ଟୀକା ଦିଆଯାଇଛି । ଖୁବଶୀଘ୍ର ବିପୁଳ ପରିମାଣର ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ।

ଯେଉଁଭଳି ଭାବରେ ବିଶ୍ୱ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ଏଭଳି ସ୍ଥିତିରେ ଋଷ ପକ୍ଷରୁ ଜାରି ହୋଇଥିବା ସୂଚନା ପାଇଁ ସମସ୍ତଙ୍କୁ ଆଶ୍ୱସ୍ତି ମିଳିଛି ।ଅନ୍ୟପଟେ ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ । ଅନେକ ଦିନ ଧରି ଚାଲିଥିବା ସମସ୍ୟାର ଆଜି ଅନ୍ତ ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top