ନ୍ୟୁଜ୍

ପାଳଲହଡା ଖମାର ପଞ୍ଚାୟତକୁ 5 ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଅନଗୁଳ: ପାଳଲହଡା ଖମାର ପଞ୍ଚାୟତକୁ 5 ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ  । ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକର ଖମାର ପଞ୍ଚାୟତ ରେ ୭ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି, ସେଥିମଧ୍ୟରୁ ଜଣେ କରୋନା ଯୋଦ୍ଧା ମଧ୍ୟ ସାମିଲ ଅଛନ୍ତି ।  ତେବେ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣକୁ ଆଖିରେ ରଖି ୫ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଖମାର ସରପଞ୍ଚ ସସ୍ମିତା ସାହୁ ।  29 ତାରିଖ ସନ୍ଧ୍ୟା 7 ଟାରୁ ଆସନ୍ତା 3 ତାରିଖ ସନ୍ଧ୍ୟା 9 ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ପଂଚାୟତ କୁ ସିଲ କରିବାକୁ ଘୋଷଣା କରିଛନ୍ତି ।

ତେବେ ଏହା ପାଳଲହଡା ବ୍ଲକରେ ପ୍ରଥମ ଥର ଏକାଥରେ 7 ଜଣ କରୋନା ଚି଼ହ୍ନଟ ହୋଇଥିବାରୁ ପାଳଲହଡା ଅଞ୍ଚଳ ବାସୀଙ୍କ ଭିତରେ କକୁଆ ଭୟ ସୃଷ୍ଟି ହୋଇଛି ।  ତେବେ ସଚେତନତା ଅବଲମ୍ବନ ସହ ଅତି ଆବଶ୍ୟକ ନହେଲେ ଘରୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top