ଖେଳ

ଏହି 6 କ୍ରିକେଟର ଭାରତ ପକ୍ଷରୁ କେବଳ ଗୋଟିଏ ଲେଖାଁଏ ମ୍ୟାଚ ଖେଳିଛନ୍ତି

ଅର୍ଗସ ବ୍ୟୁରୋ : ଏହି 6 କ୍ରିକେଟର ଭାରତ ପକ୍ଷରୁ କେବଳ ଗୋଟିଏ ଲେଖାଁଏ ମ୍ୟାଚ ଖେଳିଛନ୍ତି। ତେବେ ଜାଣନ୍ତୁ ଏହି ଖେଳାଳୀଙ୍କ ବିଷୟରେ-

1- ଶ୍ରୀନାଥ ଅରବିନ୍ଦ –

କର୍ଣ୍ଣାଟକର ଏହି ଫାଷ୍ଟ ବୋଲର 2015 ମସିହାରେ ଭାରତ ପକ୍ଷରୁ ଟି – ଟ୍ୱେଣ୍ଟି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିଲେ। ତେବେ ଏହି ମ୍ୟାଚରେ ଅରବିନ୍ଦ 3.4 ଓଭରରେ 44 ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ ପରେ ତାଙ୍କୁ ଆଉ ଭାରତୀୟ ଦଳ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିନାହିଁ।

2- ସବାଜ ନଦିମ –

ଝାଡ଼ଖଣ୍ଡ ପକ୍ଷରୁ ରଣଜୀ ଖେଳୁଥିବା ସବାଜ ନଦୀମ ସବୁ ସିଜିନରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏମିତି କି ଆ ଇ. ପି. ଏଲ ରେ ମଧ୍ୟ ଭଲ ପ୍ରତିବର୍ଷ ଖେଳୁଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ବିରୋଧରେ କୁଲଦୀପ ଯାଦବ ଆହତ ହେବାପରେ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିବା ସହ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା। ଏହି ମ୍ୟାଚରେ ଚାରୋଟି ୱିକେଟ ମଧ୍ୟ ନେଇଥିଲେ ନଦିମ। କିନ୍ତୁ ଏହାପର ଠାରୁ ତାଙ୍କୁ ଭାରତୀୟ  ଦଳରେ ଦେଖିବାକୁ ମିଳିନାହିଁ।

3- ପଙ୍କଜ ଧର୍ମାନି –

ୱିକେଟ କିପର ବ୍ୟାଟସମାନ ପଙ୍କଜ ଧର୍ମାନି 1996 ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଏକଦିବସୀୟ ମ୍ୟାଚରେ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ସେ ମାତ୍ର 8 ରନ ସ୍କୋର କରିଥିଲେ. ଏହାପର ଠାରୁ ଭାରତୀୟ ଦଳରେ ତାଙ୍କୁ ଦେଖିବାକୁ ମିଳିନାହିଁ।

4- ରାହୁଲ ଚହାର

ରାଜସ୍ଥାନର ଏହି ଯୁବ ଲେଗ ସ୍ପିନର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି. ଆଇ. ପି. ଏଲରେ ମଧ୍ୟ ଚହାର ମୁମ୍ବାଇ ଇଂଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ତେବେ 2019- 20.ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ ଚହାର। ତେବେ ଏହି ମ୍ୟାଚରେ ମାତ୍ର 27 ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ଚହାର। ତେବେ ଏହାପରେ ତାଙ୍କୁ ମଧ୍ୟ ଭାରତ ଦଳ ପାଇଁ ଖେଳିବାକୁ ଦେଖିବାକୁ ମିଳିନି।

5- ମୟଙ୍କ ମାର୍କଣ୍ଡେ –

ପଞ୍ଜାବର ଏହି ଯୁବ ଲେଗ ସ୍ପିନର ମୁମ୍ବାଇ ଇଂଡିଆନ୍ସ ପାଇଁ ଖେଳି ଭଲ ପ୍ରଦର୍ଶନ କରିବା ପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।  ତେବେ ଅଷ୍ଟ୍ରେଲିଆ ବିପକ୍ଷ ଏକ ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା ଏବଂ ଏହି ମ୍ୟାଚରେ 4 ଓଭରରେ 31 ରନ ଦେଇ କୌଣସି ୱିକେଟ ନେଇ ପରିନଥିଲେ। ଏହି ମ୍ୟାଚ ପରେ ଭାରତ ପାଇଁ ଆଉ ଖେଳିନାହାନ୍ତି ମୟଙ୍କ।

6- ଫୈଜ଼ ଫେଜ଼ଲ

ବିଦର୍ଭର ଏହି ଷ୍ଟାର ବ୍ୟାଟସମାନ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ ହେବ ରଣଜୀ କ୍ରିକେଟ ଖେଳିଆସୁଛନ୍ତି।  ତେବେ ଭାରତୀୟ ଦଳ ଜ଼ିମ୍ବାୱେ ଗସ୍ତରେ ସେ ସ୍ଥାନ ପାଇଁ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ତେବେ ସେଥିରେ ମଧ୍ୟ ଫୈଜ଼ଲ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଏହା ପରେ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ଦେଖିବାକୁ ମିଳିନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top