ଦେଶ

ଛୁଇଁଲା ମୌସୁମୀ, ୮୮ ସେମି ବର୍ଷା ନେଇ ଆକଳନ

MOUSUMI

ନୂଆଦିଲ୍ଲୀ: ସତ ହେଲା ପୂର୍ବାନୁମାନ । କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ଏପ୍ରିଲ 15 ରେ ଏ ନେଇ କରାଯାଇଥିବା ପୂର୍ବାନୁମାନ ସଠିକ ହୋଇଛି । କେରଳରେ ପ୍ରବଳ ବର୍ଷା ସାଙ୍ଗକୁ ଆଇଏମଡି ୯ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି । ପାଣିପାଗ ବିଭାଗ କେରଳର ଥିରୁବନନ୍ତପୁରମ୍, କୋଲାମ୍, ପଠାନମଥିଟ୍ଟା, ଆଲାପୁଝା, କୋଟ୍ଟାୟମ୍, ଏର୍ନାକୁଲମ୍, ଇଡୁକି, ମାଲାପୁରମ୍ ଓ କନ୍ନୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଚଳିତବର୍ଷ ଭଲ ମୌସୁମୀ ପାଇଁ ପାଗ ଅଧିକ ଅନୁକୂଳ ହେବାରେ ଲାଗିଛି  । ତେଣୁ ପରିମାଣ ଅନୁଯାୟୀ, ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ମୌସୁମୀ ଭଲ ବର୍ଷା ହେବ। ଭାରତରେ ଏହି ସମୟରେ ହାରାହାରି 102% ବର୍ଷା ହେବ ଯାହାର ଅର୍ଥ ହେଉଛି 88 ସେମି ବର୍ଷା ବୋଲି କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ର ସଚିବ ମାଧବନ ନାଏର ରାଜୀବନ କହିଛନ୍ତି।

ଅନ୍ୟପଟେ ଆଗାମୀ 48 ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ଏବଂ ଏହାର ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ଅଛି  । ଏହା ପୂର୍ବ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ କର୍ଣ୍ଣାଟକ-ଗୋଆ ଉପକୂଳରେ ଏବଂ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଏହା ଅତ୍ୟନ୍ତ ଅଶାନ୍ତ ରହିବ । ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ମନା ହୋଇଛି ।

ଦୀର୍ଘ ବର୍ଷ ଧରି ଉତ୍ତର ପୂର୍ବ ଭାରତରେ ବର୍ଷା ହ୍ରାସ ପାଉଛି । ଚଳିତ ବର୍ଷ ମଧ୍ୟ ଉତ୍ତର, ଦକ୍ଷିଣ ତୁଳନାରେ କମ ବର୍ଷା ହେବ । ମାତ୍ର 96% ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟଞ୍ଜୟ ମହାପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top