ନ୍ୟୁଜ୍

ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀ ଓ ଭକ୍ତମାନଙ୍କ ସହ ବିଶ୍ୱାସଘାତ କରିଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ଓଡ଼ିଶା ସମେତ ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀ ଓ ଭକ୍ତମାନଙ୍କ ସହ ବିଶ୍ୱାସଘାତ କରିଛନ୍ତି ଓଡ଼ିଶା ରାଜ୍ୟ ସରକାର ।  ରଥଯାତ୍ରା ବନ୍ଦ ପ୍ରସଙ୍କରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିହାଂର । ରଥ ଯାତ୍ରା ପ୍ରସଙ୍ଗରେ ଲାଖାଶ୍ରୀ କହିଛନ୍ତି ରାଜ୍ୟ ସରକାର ଭକ୍ତଙ୍କ ଭାବାବେଗ ଓ ବିଶ୍ୱାସ ସହ ଖେଳ ଖେଳିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି  ରାଜ୍ୟ ଆଇନ ବିଭାଗ ବିଳମ୍ବିତ ରାତ୍ରିରେ ଗଜପତି ମହାରାଜଙ୍କ ପତ୍ରର ଅନୁରୋଧ ଅନୁସାରେ ଆଜି ମାନ୍ୟବର ସୁପ୍ରିମକୋର୍ଟରେ ରଥଯାତ୍ରା ପ୍ରସଙ୍ଗରେ ଶୁଣାଣି ବେଳେ ଆଇନ ଅନୁଯାୟୀ ପଦକ୍ଷେପ ନେବେ । ମୋ ପାଖରେ ଯାହା ଖବର ଅଛି ଏହି ପ୍ରେସ ବିଜ୍ଞପ୍ତି ଜାରୀ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟରେ ରିଭ୍ୟୁ ବା ମୋଡିଫିକେଶନ ପିଟିସନ ଦାଖଲ କରିନାହାଁନ୍ତି । ପରନ୍ତୁ ରାଜ୍ୟ କ୍ୟାବିନେଟ ର ବୈଠକ ଡକେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି କୁ ପାଳନ କରିବାର ସଂକଳ୍ପ ନେଇଛନ୍ତି । ସରକରଙ୍କର ଆଜିର ନିଷ୍ପତ୍ତି କ୍ୟାବିନେଟ ନିଷ୍ପତ୍ତିର ପରିପନ୍ଥୀ ।

ପୁରୀ ରଥଯାତ୍ରାରେ ୧୦ ରୁ ୧୨ ଲକ୍ଷ ଲୋକ ଏକାଠି ହେବା ନେଇ ରଥଯାତ୍ରା ବନ୍ଦ ପାଇଁ ଆବେଦନକାରୀ ଦେଇଥିବା ତଥ୍ୟକୁ ରାଜ୍ୟ ସରକାର ପ୍ରତିବାଦ କରିବା ବଦଳରେ ନିଜ ଓକିଲ ମାଧ୍ୟମରେ କୋର୍ଟରେ ଆବେଦନକାରୀଙ୍କ ସମର୍ଥନ କରିଥିଲେ । ସତେ ଯେମିତି ରାଜ୍ୟ ସରକାରଙ୍କ ଓକିଲ ରଥଯାତ୍ରା ବନ୍ଦ ପାଇଁ ଆବେଦନକାରୀଙ୍କ ମୁଖପାତ୍ର ବନିଗଲେ ।

ପୁରୀରେ ୧୦ ରୁ ୧୨ ଲକ୍ଷ ଲୋକ ଏକାଠି ହେବା ସୁପ୍ରିମ କୋର୍ଟ ରେ କହି ଏବେ କଥା ବଦଳେଇ ସାରା ରାଜ୍ୟରେ ହଜାର ହଜାର ରଥଯାତ୍ରାରେ ଏହି ସଂଖ୍ୟା ଏକାଠି ହେବାର ମିଛ କହୁଛନ୍ତି ରାଜ୍ୟ ସରକାର । ଗତ ଜୁନ ୫ ତାରିଖର ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ରାଜ୍ୟ ଆଇନ ସଚିବଙ୍କୁ ଦିଆଯାଇଥିବା ବ୍ୟାପକ ଯୋଜନା ସମ୍ବଳିତ ପ୍ରସ୍ତାବ ପ୍ରସଙ୍ଗ ମାନ୍ୟବର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବା ବେଳେ ରାଜ୍ୟ ସରକାର ଜାଣିଶୁଣି ଲୁଚାଇଥିଲେ । ଓଡ଼ିଶା ସମେତ ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀ ଓ ଭକ୍ତମାନଙ୍କ ସହ ବିଶ୍ୱାସଘାତ କରିଛନ୍ତି ଓଡ଼ିଶା ରାଜ୍ୟ ସରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top