X
Breaking News
ନ୍ୟୁଜ୍

ଅଗଷ୍ଟ୧୫ରେ ପରେଡ୍‌ ନହେବା ନେଇ ପୋଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କ ସୂଚନା

satya

ଭୁବନେଶ୍ୱର: ଏଥର ଗାନ୍ଧି ମାର୍ଗରେ ହେବ ନାହିଁ ରାଜ୍ୟସ୍ତରୀୟ ପରେଡ୍‌ । ଗାନ୍ଧି ମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବା ନେଇ ସ୍ଥିର ହୋଇସାରିଛି । ସରକାରୀ ସ୍ତରରେ ଏହି ନିଷ୍ପତ୍ତି ନିଆଯାଇଥିବା ଟ୍ୱିନ୍‌ ସିଟି ପୋଲିସ୍‌ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି ।

ସିପି ସତ୍ୟଜିତ ମହାନ୍ତି ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଏଥର ସ୍ୱାଧିନତା ଦିବସରେ ମୁଭିଂ ପରେଡ୍‌ ହେବ ନାହିଁ । କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦିଆଯିବ । କେବଳ ଓଡ଼ିଶାରେ ନୁହେଁ, ପୂର୍ବରୁ ବିଭିନ୍ନ ରାଜ୍ୟରେ ମଧ୍ୟ ସ୍ୱାଧିନତା ଦିବସରେ ମୁଭିଂ ପରେଡ ହେଉ ନାହିଁ । ସେଠାରେ କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦେଇ ସ୍ୱାଧିନତା ଦିବସ ପାଳନ କରାଯାଉଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ହରିଆଣା, ମଧ୍ୟପ୍ରଦେଶ, ବିହାର ଓ ମହାରାଷ୍ଟ୍ର ସହ ମଧ୍ୟ ଏନେଇ ଯୋଗାଯୋଗ କରାଯାଇଥିଲା । ସେଠାରେ କେବଳ ଗଣତନ୍ତ୍ର ଦିବସରେ ମୁଭିଂ ପରେଡ୍‌ ହେଉଥିବା ବେଳେ ସ୍ୱାଧୀନତା ଦିବସରେ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦିଆଯାଇଥାଏ ।

ସିପି ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡ଼ିଆରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ । ଏନେଇ ପ୍ରଦର୍ଶନୀ ପଡିଆରେ କାମ ଆରମ୍ଭ ହୋଇସାରିଛି । ପ୍ରଥମ ଥର ପ୍ରଦର୍ଶନୀ ପଡ଼ିଆରେ ପରେଡ୍‌ ଆୟୋଜନ କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯିବ । ସୁରକ୍ଷା ପାଇଁ ପ୍ରାୟ 20 ପ୍ଲାଟୁନ୍‌ ଫୋର୍ସ ଆବଶ୍ୟକ ହୋଇପାରେ ବୋଲି ସିପି ସୂଚନା ଦେଇଛନ୍ତି । ତେବେ ଗ୍ରାଉଣ୍ଡକୁ ବିଶ୍ଲେଷଣ କରିବା ପରେ କେତେ ଫୋର୍ସ ଆବଶ୍ୟକ ହେବ ସେନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ ପୂର୍ବରୁ ଯେଭଳି ବିଭିନ୍ନ ସ୍କୁଲ ପିଲାମାନେ ଏଥିରେ ଭାଗ ନେଉଥିଲେ ଏଥର ମଧ୍ୟ ସେମାନେ ଗ୍ରାଉଣ୍ଡରେ ଉପସ୍ଥିତ ରହିବେ । ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ୍, ସେଣ୍ଟ୍ରାଲ ଆର୍ମଡ ପୋଲିସ ଓ ଓଡ଼ିଶା ପୋଲିସ ମଧ୍ୟ ଗ୍ରାଉଣ୍ଡରେ ସେମାନଙ୍କ ପ୍ଲାଟୁନ୍‌ ସହ ଉପସ୍ଥିତ ରହି ପରେଡ୍‌ରେ ଭାଗ ନେବେ । ପ୍ରଦର୍ଶନୀ ପଡ଼ିଆର କ୍ଷମତା ଅନୁଯାୟୀ ପ୍ରାୟ ୧୦ ରୁ ୧୨ ହଜାର ଦର୍ଶକ ରହିପାରିବେ ।

ସେହିପରି ପାର୍କିଂ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ । ଗ୍ରାଉଣ୍ଡ ଭିତରେ ସର୍ଭିସ୍‌ ଭେଇକିଲ୍‌ ରହିବାର ବ୍ୟବସ୍ଥା କରାଯିବ ଏବଂ ପଡ଼ିଆ ପାଖ ରୋଡ୍‌ରେ ସାଧାରଣ ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ଏହା ସହ ୟୁନିଟ୍‌ ୩ ହାଇସ୍କୁଲ ପଡ଼ିଆରେ ମଧ୍ୟ ପାର୍କିଂ ବ୍ୟବସ୍ଥା ରହିବ ବୋଲି ସୁଚନା ଦେଇଛନ୍ତି କମିଶନର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top