ଖେଳ

କରୋନା ସଙ୍କଟ ମଧ୍ୟରେ ଖେଳାଯିବ ଟେଷ୍ଟ ସିରିଜ

ଅର୍ଗସ ବ୍ୟୁରୋ : କରୋନା ମହାମାରୀ ପାଇଁ ବନ୍ଦ ହୋଇଥିବା କ୍ରିକେଟ ସିରିଜ ପୁଣି ଥରେ ଫେରୁଛି। ଆଗାମୀ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ନିମନ୍ତେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଇଂଲଣ୍ଡ କ୍ରିକେଟ ଟିମ। ଏହି ସିରିଜ ପୂର୍ବରୁ ସମସ୍ତ ଇଂଲଣ୍ଡ ଖେଳାଳି କୋଭିଡ -19 ଟେଷ୍ଟ କରାଯାଇଥିଲା ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି।

ବୋର୍ଡ଼ର ସୂଚନା ଅନୁସାରେ, ଜୁନ 3 ରୁ ଜୁନ 23 ତାରିଖ ମଧ୍ୟରେ ସମସ୍ତ ଇଂଲଣ୍ଡ ଖେଳାଳି, ସପୋର୍ଟ ଷ୍ଟାଫ, ମେଡିକାଲ ଅଧିକାରୀ, ଇଂଲଣ୍ଡ କ୍ରିକେଟ ବୋର୍ଡ଼ର ଷ୍ଟାଫ ଏବଂ ଗ୍ରାଉଣ୍ଡ ଏବଂ ହୋଟେଲ ଷ୍ଟାଫ ସମସ୍ତଙ୍କ ନମୁନା ମିଶାଇ 702ଟି ନମୁନା ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ଏହି ଟେଷ୍ଟ ସାଉଥହମ୍ପଟନ ଏବଂ ମଂଚେଷ୍ଟାର ଠାରେ ଅନୁଷ୍ଠିତ ହୋଇଥିଲା।

ତେବେ ଯୁବ ଫାଷ୍ଟ ବୋଲର ଏପର୍ଯ୍ୟନ୍ତ ଦଳର କ୍ୟାମ୍ପରେ ଯୋଗଦେଇନାହାନ୍ତି। ତାଙ୍କର ପରୀକ୍ଷା କରାଯାଇଥିବା ନମୁନା ନେଗେଟିଭ ଆସିଛି ଏବଂ ସେ ଖୁବଶୀଘ୍ର ଦଳରେ ଯୋଗ ଦେବେ ବୋଲି ମଧ୍ୟ ଇଂଲଣ୍ଡ କ୍ରିକେଟ ବୋର୍ଡ଼ ପକ୍ଷରୁ କୁହାଯାଇଛି। ତେବେ ଏହି ସିରିଜ ଖେଳିବାକୁ ଆସିଥିବା ୱେଷ୍ଟଇଣ୍ଡିଜ ଖେଳାଳି ବାଇଓ ସିକୁଅର ପରିବେଶରେ ରହି ଅଭ୍ୟାସ ଜାରି ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top