ଦେଶ

କରୋନା ଭାଇରସର ସତ୍ୟତା

•ଚୀନର ବୁହାନ ଲ୍ୟାବରୁ ଆସିଛି କରୋନା ଭାଇରସ
•ବୁହାନର ପଶୁ ରକ୍ତଭିଜା ମାଟି ନୁହେଁ କରୋନାର ଉତ୍ପତି ସ୍ଥଳ
•ବିଶେଷଜ୍ଞ ମାନେ ପ୍ରାମାଣିକ ଚିତ୍ର ମାଧ୍ୟମରେ ଦେଲେ ପ୍ରମାଣ
•ଗବେଷକଙ୍କ ମତରେ କରୋନା ଭାଇରସ ବାଦୁଡ଼ି କିମ୍ବା ଅନ୍ୟ କେଉଁ ପ୍ରାଣୀରୁ ମଣିଷକୁ ସଂକ୍ରମିତ ହେବା ସହଜ ନୁହେଁ
•ବୁହାନର ଲ୍ୟାବରେ ମନୁଷ୍ୟକୃତ ଭାବେ ମ୍ୟୁଟେସନ କରାଯାଇଥିବା କରୋନା ଭାଇରସର ଏସ ପ୍ରୋଟିନ ସହ ନଭେଲ କରୋନା ଭାଇରସର 96% ସାମଞ୍ଜସ୍ୟ
•ନ୍ୟାଚୁରାଲ ମ୍ୟୁଟେସନରେ ଆମିନୋ ଏସିଡର 100% ସାମଞ୍ଜସ୍ୟ ସମ୍ଭବ ନୁହେଁ
•”ବ୍ୟାଟ ଓ଼ମ୍ୟାନ” ବା ଭାଇରୋଲୋଜିଷ୍ଟ ସି ଝୀଂଗଲି ଙ୍କ ଦାୟିତ୍ବହୀନତା ପାଇଁ ଲ୍ୟାବରୁ ବାହାରି ଯାଇଥାଇ ପାରେ ଭାଇରସ
•କରୋନା ଭାଇରସ ପଛରେ ରହିଛି ଚୀନର ପିପୁଲସ ଲିବରେସନ ଆର୍ମିର ହାତ

ଅର୍ଗସ ବ୍ୟୁରୋ : ହଂକଂ ବିଦ୍ରୋହ ଠାରୁ ଆରମ୍ଭ କରି ଆମେରିକା ସହ ଟ୍ରେଡ଼ ୱାର ପର୍ଯ୍ୟନ୍ତ ଯେବେ ବି ଚୀନକୁ ଲାଗିଛି ତା’ର ସରକାରଙ୍କ ପ୍ରତି ବିପଦ ଆସୁଛି ଚୀନ ନୂଆ ନୂଆ ତରିକା ଆପଣେଇଛି ବିପଦକୁ ଟାଳିବା ପାଇଁ | କେତବେଳେ ରାଜରାସ୍ତାରେ ଟ୍ୟାଙ୍କ ଚଳାଇ ଲୋକଙ୍କ ହତ୍ୟା କରିଛି ତ କେତବେଳେ କରୋନା ଭାଇରସ ପଠାଇ ବିଶ୍ୱର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇଛି |

ପ୍ରଥମରୁ ହିଁ କରୋନା ଭାଇରସର ଉତ୍ପତିସ୍ଥଳ ଭାବେ ବିବେଚନା କରାଯାଉଥିବା ଚୀନର ପଶୁ ରକ୍ତଭିଜା ମାର୍କେଟ ଉପରେ ସନ୍ଦେହ ସୃଷ୍ଟି ହେଉଛି | ବୋଧ ହୁଏ କରୋନା ଏଠାରୁ ନୁହେଁ ବରଂ ବୁହାନ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲୋଜିରୁ ଅସିଥାଇ ପାରେ | ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର ଜଣେ ଗବେଷକଙ୍କ ଅନୁଯାୟୀ 31 ଜଣ ସ୍ଥାନୀୟ ବାସିନ୍ଦା ଏବଂ 28 ଜଣ ବିଦେଶୀଙ୍କ ଠାରେ ସର୍ଭେ କରାଯାଇ ଦେଖା ଯାଇଛି ଯେ ସେମାନେ କେବେ ବି ବାଦୁଡ଼ି ଖାଇ ନାହାନ୍ତି କିମ୍ବା ବୁହାନ ସିଫୁଡ ମାର୍କେଟକୁ ଯାଇନାହାନ୍ତି କିନ୍ତୁ ସେମାନଂକୁ ମଧ୍ୟ କରୋନା ହୋଇଥିଲା | ତଥାପି ଚୀନରେ କରୋନାର ପ୍ରକୃତ ଉତ୍ପତି ସ୍ଥଳ ଉପରେ ଯାଞ୍ଚ କରାନଯାଇ ସରକାରୀ ଭାବେ ଘୋଷଣା କରାଯଇଅଥିଲା କି ଏହା ବୁହାନର ପଶୁ ରକ୍ତଭିଜା ମାର୍କେଟରୁ ହିଁ ଉତ୍ପତି ହୋଇଛି |

ପୂର୍ବତନ ମଲିକ୍ୟୁଲାର ବାୟୋଲୋଜିଷ୍ଟ ଜୁଡ଼ି ଏ ମିକୋଭିଷ୍ଟ ଙ୍କ ଅନୁସାରେ ପେସେଣ୍ଟ ଜିରୋର ସିଫୁଡ ମାର୍କେଟ ସହ କୌଣସି ସମ୍ବନ୍ଧ ନାହିଁ ଏବଂ ମାର୍କେଟରେ ବାଦୁଡ଼ି ବିକ୍ରି ମଧ୍ୟ ହେଉନଥିଲେ | ଏପିଡମିଓଲୋଜିଷ୍ଟ ଡାନିଏଲ ଲୁସି ମଧ୍ୟ କହିଛନ୍ତି ଯେ କରୋନାର ସଂକ୍ରମଣ ନଭେମ୍ବରରୁ ହିଁ ଆରମ୍ଭ ହୋଇଯାଇଥିଲା ଏବଂ ଏହା ଲକ୍ଷଣ ବିହୀନ ଭାବେ ରହି ଏତେ ଜଣକୁ ବ୍ୟାପିଲା | ଯଦି ପେସେଣ୍ଟ ଜିରୋର ସିଫୁଡ ମାର୍କେଟ ସହ କୌଣସି ସମ୍ବନ୍ଧ ନାହିଁ ତେବେ କଣ ପାଇଁ ଚୀନ ସରକାର ଏହାକୁ ହିଁ ଉତ୍ପତିସ୍ଥଳ କହୁଛନ୍ତି ? କ’ଣ ଲୁଚାଇବାକୁ ଚାହୁଁଛି ଚୀନ ?

ତଥ୍ୟ ଲୁଚାଇବା ଚୀନର ଅଭ୍ୟାସଗତ ବ୍ୟାପାର 2003 ରେ ସାରସ (SARS ) ସମୟରେ ମଧ୍ୟ ତଥ୍ୟ ଲୁଚାଇବାକୁ ପ୍ରୟାସ କରିଥିଲା ଚୀନ |ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଭାଇରାଲ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଦ୍ୱାରା କରୋନାର ଚାରୋଟି ଜିନୋମ ସିକ୍ୟୁଏନ୍ସ ବାହାର କରାଗଲା ଏବଂ ବିଶ୍ୱର ଅନେକ ଭାଇରୋଲୋଜିଷ୍ଟ ଏହା ଉପରେ ଗବେଷଣା କରିବାକୁ ଲାଗିଲେ |ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ କମ୍ୟୁନିକେବଳ ଡିଜିଜ ଆଣ୍ଡ ପ୍ରିଭେନସନ ଏବଂ ହୁଦାନ ୟୁନିଭର୍ସିଟି ର ମିଳିତ ଗବେଷଣାରେ ଦେଖିବାକୁ ମିଳିଥିଲା ବୁହାନ କରୋନା ଭାଇରସର ସାମଞ୍ଜସ୍ୟ ଦୁଇଟି ଭାଇରସ CovZC45 ଏବଂ CovZXC21 ସହ ଅଛି | ଏବଂ ଆଶ୍ଚର୍ଯ୍ୟର କଥା ଏହି ଦୁଇଟି ଭାଇରସ ପିପୁଲସ ଲିବରେସନ ଆର୍ମି ଦ୍ୱାରା ଜୁହସନ ଠାରେ ବାଦୁଡ଼ିରୁ ନିଆଯାଇଥିଲା |ବୁହାନ କରୋନା ଭାଇରସ CovZC45 ସହ 89.1% ନ୍ୟୁକ୍ଲିଓଟାଇଡ ସାମଞ୍ଜସ୍ୟ ରଖିଥିବା ବେଳେ nsp7 ଏବଂ E ପ୍ରୋଟିନ ସହ 100% ଆମିନୋ ଏସିଡର ସାମଞ୍ଜସ୍ୟ ଅଛି |

ତେବେ ନ୍ୟାଚୁରାଲ ମ୍ୟୁଟେସନରେ ଆମିନୋ ଏସିଡର 100% ସାମଞ୍ଜସ୍ୟ ସମ୍ଭବ ନୁହେଁ | ଏବଂ 2007 ରେ କରୋନା ଭାଇରସ ଉପରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ବାଦୁଡ଼ିରେ ଥିବା କରୋନା ଭାଇରସର s- ପ୍ରୋଟିନ ମଣିଷକୁ ସଂକ୍ରମିତ ହୁଏ ନାହିଁ | ତେବେ କୌଣସି ଭାଇରସର s – ପ୍ରୋଟିନ ବା ସ୍ପାଇକ ପ୍ରୋଟିନ ହେଉଛି ଏକ ପ୍ରକାର ଚାବି ଯାହା ମଣିଷର କୋଷ ସହ ଲାଗି ଏହାକୁ ନଷ୍ଟ କରି ପାରିବ |କରୋନାର ଜିନୋମ ସିକ୍ୟୁଏନ୍ସକୁ ନେଇ ପ୍ରଶ୍ନ ଉଠିବାରୁ ଜାନୁଆରୀ 11ରେ ହୁବେଇର ହେଲ୍ଥ କମିଟି ସବୁ ଗବେଷଣା ସଂସ୍ଥାକୁ ଭାଇରସ ସାମ୍ପଲ ନଷ୍ଟ କରିବାକୁ ଏବଂ ଅନୁମତି ବିନା କୌଣସି ରିସର୍ଚ୍ଚ ପେପେର ପ୍ରକାଶିତ ହେବ ନାହିଁ ବୋଲି ଆଦେଶ ଦେଇଥିଲା |

ତେବେ ନଭେଲ କରୋନା ଭାଇରସର ଜିନୋମ ସିକ୍ୟୁଏନ୍ସ ପଦାକୁ ଆସିଲେ କ’ଣ ବା କ୍ଷତି ହୋଇଥାନ୍ତା ଚୀନର !
ଚୀନର “ବ୍ୟାଟ ଓ଼ମ୍ୟାନ” ବା ଭାଇରୋଲୋଜିଷ୍ଟ ସି ଝୀଂଗଲି 2010ରୁ ହିଁ ବାଦୁଡ଼ିରେ ଥିବା ଅନେକ କରୋନା ଭାଇରସ ଉପରେ ଗବେଷଣା କରୁଥିଲେ ଏବଂ ତାହା ପୁଣି ବୁହାନ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲୋଜି ର ପି4 ଲ୍ୟାବରେ | ନିଜ ଗବେଷଣାର ଚାରୋଟି ପେପର ପବ୍ଲିଶ କରି କହିଥିଲେ କି କରୋନା ଭାଇରସ ” କ୍ରସ ସ୍ପେସିସ ଟ୍ରାନ୍ସମିଶନ ” ହେଉଛି କି ନାହିଁ ତାହା ଉପରେ ଅଧିକ ଗବେଷଣା କରିବେ |

SARS ପ୍ରୋଟିନ ସହ ତୁଳନା କରିବା ପାଇଁ ACE -2 ପ୍ରୋଟିନର ମୁଖ୍ୟ ଆମିନୋ ଏସିଡକୁ ବଦଳାଇଥିଲେ | ଏକ ନୂତନ ଭାଇରସକୁ ତିଆରି କରି ମାନବ ଜାତିକୁ ସଂକ୍ରମିତ କରିବାର ପଥ ପରିସ୍କାର କରିଥିଲେ ସି ଝୀଂଗଲି |
2016 ରେ ନେଚର ମେଡିସିନରେ ସି ଝୀଂଗଲିଙ୍କ ପ୍ରକାଶ ପାଇଥିବା ଏକ ରିସର୍ଚ୍ଚ ପେପରୁ ଜଣା ପଡେ କି ଗୋଟେ ନୂତନ ସିନ୍ଥେଟିକ ଭାଇରସର ଉତ୍ପତି କରାଯାଇଛି ଯାହା ନିଜର ସଂଖ୍ୟା ବଢ଼ିପାରେ ଏବଂ ଏହା କ୍ରସ ସ୍ପେସିସ ମଧ୍ୟ ଏବଂ ମଣିଷର ଫୁସଫୁସକୁ ଆକ୍ରାନ୍ତ କରି ପାରେ |

ତେବେ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଗବେଷଣାରୁ ଜଣା ପଡିଛି ନଭେଲ କରୋନା ଭାଇରସର s -ପ୍ରୋଟିନ ସହ HIV -1gp 120 ର ସାମଞ୍ଜସ୍ୟ ଅଛି ଯାହା ଇମ୍ୟୁନ ସିଷ୍ଟମକୁ ନଷ୍ଟ କରିଥାଏ |ସି ଝୀଂଗଲି ଫେବୃଆରୀ 3 ରେ ନେଚର ପତ୍ରିକାକୁ କହିଥିଲେ କି ନଭେଲ କରୋନା ଭାଇରସ ସହ BatCovRaTG-13 ର 96% ସାମଞ୍ଜସ୍ୟ ଅଛି ଯାହା ବୁହାନ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲୋଜି ର ପି4 ଲ୍ୟାବରେ ତିଆରି ହୋଇଥିଲା | କିନ୍ତୁ ପରେ ଏହି କଥାରୁ ଓହରି ଯାଇଥିଲେ |ଚୀନର ପି4 ଲ୍ୟାବ କେବଳ ଗବେଷଣା ପାଇଁ ବ୍ୟବହାର ହୁଏନାହିଁ ବରଂ ଏଠାରେ ଅଛି ମିଲିଟାରୀ ମ୍ୟାନେଜମେଣ୍ଟ ଅଫିସ | କିନ୍ତୁ ଗୋଟେ ଶିକ୍ଷାନୁଷ୍ଠାନ ରେ ମିଲିଟାରୀ ମ୍ୟାନେଜମେଣ୍ଟ ଅଫିସର କାମ କଣ ?

ତେବେ ବୁହାନ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲୋଜିର ମୁଖ୍ୟ ହେଉଛନ୍ତି ଜିଆଙ୍ଗ ଯେମିନ ଯିଏକି ଚୀନର ପୂର୍ବତନ ରାଷ୍ଟ୍ରପତି ଥିଲେ ଏବଂ ତିଆନମେଂନ ସ୍କ୍ୱାଏର ପାଇଁ ସେହି ହିଁ ଦାୟୀ | ତେଣୁ ଏକ ବିଶ୍ୱର ଏକମାତ୍ର ଶକ୍ତି ହେବାକୁ ଚୀନ ଯେ ” ବାୟୋଲୋଜିକାଲ ଯୁଦ୍ଧ ” କରିପାରିବ ତାହା କିଛି ଅସମ୍ଭବ ନୁହେଁ | ସି ଜିନପିଙ୍ଗଙ୍କ ଦ୍ୱାରା ଚୀନରେ ଅଚାନକ ଫେବୃଆରୀ 14 ରେ “ବାୟୋ ସିକ୍ୟୁରିଟି ” ଆଇନ ପ୍ରଣୟନ କରାଗଲା | ଯଦି ବିଶ୍ୱକୁ “ବାୟୋଲୋଜିକାଲ ଯୁଦ୍ଧ “ରୁ ଭୟ ନାହିଁ ତେବେ ଏପରି ନିୟମ କାହିଁକି ?

ବୁହାନ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲୋଜିର ପି4 ଲ୍ୟାବରେ ସବୁଠାରୁ ମାରାତ୍ମକ ଭାଇରସ ମାନଂକ ଉପରେ ଗବେଷଣା ହୁଏ ଏବଂ ଏହାର ସୁରକ୍ଷା ବ୍ୟବସ୍ଥା ବହୁତ କଡା ତେଣୁ ସେଠାରୁ କୌଣସି ମାତ୍ରାରେ ଭାଇରସ ବିହାରିଯିବା ଅର୍ଥ ଚୀନ ଜାଣିଶୁଣି ଏହା କରିଛି ଏବଂ ପରେ କଥାକୁ ଚପାଇ ଦେବାକୁ ଚେଷ୍ଟା ଚଳେଇଛି |

ତେବେ1999 ମସିହାରେ ଦୁଇ ଜଣ ଚୀନ କର୍ନେଲ କିଆଓ ଲିଅଙ୍ଗ ଏବଂ ୱାଙ୍ଗ ଜିଆଙ୍ଗସୁଇ ଙ୍କ ଦ୍ୱାରା ଲିଖିତ ବହି Unrestricted Warfare ରେ ଭଲ ଭାବେ ଉଲ୍ଲେଖ ଅଛି କିପରି ଆମେରିକାକୁ ଧ୍ବଂସ କରିହେବ | ପୁରା ବିଶ୍ୱରେ ଏକଛତ୍ର ଶାସନ କରିବା ପାଇଁ ଆଉ ଏକମାତ୍ର ବିଶ୍ୱଶକ୍ତି ହେବା ପାଇଁ ଚୀନର ଏହା ହେଉଛି ବିଶ୍ୱ ବିଜୟୀ ଫର୍ମୁଲା |

Click to comment

Leave a Reply

Your email address will not be published. Required fields are marked *

Most Popular

To Top