ଦେଶ

ଆମେରିକାର ଅର୍ଥ ବ୍ୟବସ୍ଥାରେ 33 ପ୍ରତିଶତ ହ୍ରାସ, ବେକାରୀ 15 ପ୍ରତିଶତ ବୃଦ୍ଧି

ଅର୍ଗସ ବ୍ୟୁରୋ:  ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇଛି ବିଶ୍ୱ ଆର୍ଥିକ ବ୍ୟବସ୍ଥା।ବିଶ୍ୱର ସବୁଠୁ ବଡ଼ ଆର୍ଥିକ ଶକ୍ତି ଆମେରିକାର ଅର୍ଥନୀତି ମଧ୍ୟ କରୋନାରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛ। ଏପ୍ରିଲ-ଜୁନ୍ ମାସରେ ଆମେରିକାର ମୋଟ ଘରୋଇ ଉତ୍ପାଦ (ଜିଡିପି) 33 ପ୍ରତିଶତ ହ୍ରାସ ପାଇଛି। ଏହା ଏକ ଐତିହାସିକ ହ୍ରାସ । ଏହି ସମୟ ମଧ୍ୟରେ ଆମେରିକାରେ ବେକାରୀ ମଧ୍ୟ 14.7 ପ୍ରତିଶତକୁ ବୃଦ୍ଧି ପାଇଛି। ଯୁକ୍ତରାଷ୍ଟ୍ରରେ ଆର୍ଥିକ ବର୍ଷ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ଗଣନା କରାଯାଏ । ଏପ୍ରିଲରୁ ଜୁନ୍ ଦ୍ୱିତୀୟ ତ୍ର ୟ ମାସିକ ପାଇଁ ଅର୍ଥନୀତି ଗୁରୁବାର ପ୍ରକାଶ ପାଇଥିଲା।

କରୋନା ଯୋଗୁଁ ଆମେରିକାରେ ମଧ୍ୟ ଲକଡାଉନ୍ ଲାଗୁ କରାଯାଇଥିଲା ଏବଂ ସଂକ୍ରମଣ ବୃଦ୍ଧି ହେତୁ କମ୍ପାନୀ, କାରଖାନା ବନ୍ଦ କରିବାକୁ ପଡିଥିଲା। ଏହି କାରଣରୁ ବହୁ ସଂଖ୍ୟକ ଚାକିରୀ ବନ୍ଦ ହୋଇଯାଇଥିଲା। ଗତ ସପ୍ତାହରେ ପ୍ରାୟ 1.4 ନିୟୁତ ଆମେରିକୀୟ ବେକାରୀ ଭତ୍ତା ପାଇଁ ଆବେଦନ କରିଥିଲେ।

ଯୁକ୍ତରାଷ୍ଟ୍ରରେ ଜିଡିପି ଆକଳନ 1947 ପରଠାରୁ ପ୍ରକାଶ ପାଇଛି। 1958 ମସିହାରେ ଏହାର ପ୍ରଥମ ବର୍ଷରେ, ରାଷ୍ଟ୍ରପତି ଆଇଜେନହାୱର୍ ଶାସନ ସମୟରେ ଆମେରିକାର ଅର୍ଥନୀତି ପ୍ରାୟ 10 ପ୍ରତିଶତ ହ୍ରାସ ପାଇଥିଲା, ଯାହାକି ଏହାର ଖରାପ ସମୟ ପାଇଁ ରେକର୍ଡ ଅଟେ। ଚଳିତ ବର୍ଷ ଜାନୁଆରୀ-ମାର୍ଚ୍ଚ ମାସରେ ଆମେରିକାର ଅର୍ଥନୀତି 5 ପ୍ରତିଶତ ହ୍ରାସ ପାଇଥିଲା। ଅର୍ଥନୀତିଜ୍ଞ ଅନୁଭବ କରୁଛନ୍ତି ଯେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଅର୍ଥନୀତିରେ ଉନ୍ନତି ହେବ। କରୋନା ସଂକ୍ରମଣ କ୍ଷେତ୍ରରେ ଆମେରିକା ବିଶ୍ୱରେ ପ୍ରଥମ ଏବଂ ବର୍ତ୍ତମାନ ମଧ୍ୟ ଏହି ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେଠାରେ କରୋନା ମାମଲା ପ୍ରାୟ 45 ଲକ୍ଷ ଅତିକ୍ରମ କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top