ନ୍ୟୁଜ୍

ଅଗଷ୍ଟ ୩୧ ଯାଏଁ ଢେଙ୍କାନାଳରେ ସପ୍ତାହନ୍ତ ସଟଡାଉନ୍ ଜାରି

ଢେଙ୍କାନାଳ: ଅଗଷ୍ଟ ୩୧ ଯାଏଁ ଢେଙ୍କାନାଳରେ ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ଏନେଇ ସୂଚନାଦେଇଛନ୍ତି   ଜିଲ୍ଲା ପ୍ରଶାସନ ।  କରୋନା ସଂକ୍ରମଣକୁ ରୋକିବା ଲାଗି ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଳାପାଳ ଭୁମେଶ ଚନ୍ଦ୍ର ବେହେରା କହିଛନ୍ତି ଯେ, ଅଗଷ୍ଟ ମାସରେ କରୋନା ସ୍ଥିତି ଚିନ୍ତାଜନକ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ମାସ ଶେଷ ଯାଏଁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଘୋଷଣା କରାଯାଇଛି । ତେବେ ସଟଡାଉନ ସମୟରେ ସମସ୍ତ ମେଡିକାଲ୍, ମେଡସିନ୍ ଦୋକାନ, ଆମ୍ବୁଲାନ୍ସ ସେବା ଆଦି ଉପଲବ୍ଧ ହେବ । ଏହାଛଡା ପେଟ୍ରୋଲ୍ ପମ୍ପ , ଟେଲିକମ୍ ସେବା, ପୋଲିସ, ଅଗ୍ନିଶମ ସେବା ବ୍ୟତିତ କେନ୍ଦ୍ର ଓ ରାଜ୍ୟ ସରକାରୀ ଏମରଜେନ୍ସି ଡ୍ୟୁଟି ସବୁ ଜାରି ରହିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top