ନ୍ୟୁଜ୍

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

bear attack

ଅନୁଗୁଳ:  ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ପାତ୍ରପଡା ଗ୍ରାମରେ । ଯୁବକ ଜଣକ ହେଲେ ସେହି ଗ୍ରାମର ପ୍ରଶାନ୍ତ କୁମାର ସାହୁ । ସୂଚନାନୁସାରେ, ଆଜି ପ୍ରଶାନ୍ତ ଘର ପାଖ କେନାଲକୁ ଶୌଚ କରିବା ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।ଫଳରେ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଯୁବକଙ୍କ ଅବସ୍ଥା ଏବେବି ଗୁରୁତର ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top