ନ୍ୟୁଜ୍

କେବଳ ଅନୀଲ କପୁର ନୁହଁନ୍ତି, ଅନେକ କଳାକାରଙ୍କ ଫଟୋ ଦାଉଦ ସହ..!

Daud Bollywood

ବଲିଉଡ୍‌ରେ ଏବେ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଦାଉଦ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ସହ ଅତି ଘନିଷ୍ଠ ଥିଲା ବୋଲି ଅନେକ ମତ ଦେଇଛନ୍ତି । ହେଲେ ଏହାକୁ ନେଇ କିଛି ବି ସ୍ପଷ୍ଟି କରଣ ନାହିଁ । ଦାଉଦ୍‌ ସହ ବଲିଉଡ୍‌ର କ’ଣ ସମ୍ପର୍କ ରହିଥିଲା ? ତେବେ ଏହି ସବୁ ପ୍ରସଙ୍ଗ ଆରମ୍ଭ ହୋଇଥିଲା ସୋନମ କାପୁରଙ୍କ ବୟାନ୍‌ ପରେ ।

ପ୍ରଥମେ ସାମ୍ନାକୁ ଆସିଲା ଏଭର ଗ୍ରୀନ୍‌ ଷ୍ଟାର ଅନୀଲ କାପୁର ଓ ଡନ୍‌ ଦାଉଦର ଫଟୋ । ଆଉ ଏହି ଘଟଣାକୁ ନେଇ ବଲିଉଡ୍‌ ସମେତ ସାରା ଦେଶରେ ହଟଚମଟ ଆରମ୍ଭ ହୋଇଥିଲା । ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଅନେକ ବଲିଉଡ୍‌ ତାରକାଙ୍କ ନାଁ ଯୋଡ଼ା ହୋଇଛି ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ସହ ।

କେବଳ ଅନୀଲ କାପୁର ନୁହଁନ୍ତି, ବଲିଉଡର ଅନେକ ବଡ଼ ବଡ଼ କଳାକାରଙ୍କ ସହ ଦାଉଦର ଫଟୋ ଏବେ ସୋସିଆଲ ମିଡିଆରେ ବୁଲିବାକୁ ଆରମ୍ଭ ହେଲାଣି । 90 ଦଶକରେ ଅଣ୍ଡର ଓ୍ୱାର୍ଲ୍ଡ ବଲିଉଡ୍‌କୁ ନିଜ କଣ୍ଟ୍ରୋଲରେ ରଖିବାକୁ ଅନେକ ଚେଷ୍ଟା କରିଥିଲା । ଆଉ ସେହି ସମୟରେ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ଦାଉଦ ସହ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଛି ।

ତେବେ ରାଜ୍‌ କାପୁରଙ୍କ ସହ ଫିଲ୍ମ ରାମ୍‌ ତେରିଗଙ୍ଗା ମୈଲିରେ ଅଭିନୟ କରିସାରିଥିବା ବଲିଉଡ୍‌ ଆକ୍ଟ୍ରିସ୍‌ ମନ୍ଦାକିନୀ କିଛି ଫିଲ୍ମରେ ଅଭିନୟ କରିବା ପରେ ଦାଉଦ ସହ ଦୋସ୍ତି କରିଥିଲେ । ଏମିତି ମଧ୍ୟ ଚର୍ଚ୍ଚା ହୁଏ ଯେ, ମନ୍ଦାକିନୀଙ୍କ ବଲିଉଡ୍‌ କ୍ୟାରିୟର ପ୍ରତି ଦାଉଦର ଅନେକ ସମର୍ଥନ ଥିଲା ।

Daud Bollywood

ସୋସିଆଲ ମିଡିଆରେ ଦାଉଦ ଇବ୍ରାହିମ୍‌ ସହ ଅନିଲ କାପୁରଙ୍କ ଏକ ଫଟୋ କେହି ଜଣେ ସେୟାର କରିଥିଲା । ଆଉ ଏନେଇ ଅନିଲଙ୍କ ଝିଅ ସୋନମ କାପୁରଙ୍କଠାରୁ ପ୍ରତିକ୍ରିୟା ମଗାଯାଇଥିଲା । ଏଥିରେ ସୋନମ ପ୍ରତିକ୍ରିୟା ଦେଇଥିଲେ ଯେ, ସେଠାରେ କେବଳ ଅନିଲ କାପୁର ନଥିଲେ ତାଙ୍କ ସହ ଆହୁରି ଅନେକ କଳାକାର ମଧ୍ୟ ଉପସ୍ଥିତ ଥିଲେ । ଆଉ ସେଠାକୁ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଯାଇଥିଲେ । 1990ରେ ଦୁବାଇରେ ଭାରତ ପାକିସ୍ତାନ ମ୍ୟାଚ୍‌ ସମୟରେ ଏହି ଫଟୋ କେହି ଅଜଣା ବ୍ୟକ୍ତି ଉଠାଇଛନ୍ତି । ଅନିଲଙ୍କ ସହ ରାଜ କାପୁର ଓ କୃଷ୍ଣା କାପୁର ମଧ୍ୟ ଉପସ୍ଥିତ ଥିଲେ । ସୋନମ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପିତା ଖେଳ ଦଖିବାକୁ ଯାଇଥିଲେ, ଆଉ ସେଠାରେ ଅନେକ ଲୋକ ଖେଳ ଦେଖୁଥିଲେ । ସେଠାରେ ତାଙ୍କ ସହ କିଏ ଛିଡ଼ା ହୋଇଛି ତାହା କେମିତି ଜଣାପଡ଼ିବ ।

Daud Bollywood

ତେବେ ମନ୍ଦାକିନୀ ଓ ଅନିଲ କାପୁରଙ୍କ ପରେ ସଲମାନ୍‌ ଖାନ୍‌ଙ୍କ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ସଲମାନ ଓ ଦାଉଦ ଏକାଠି ନଜର ଆସୁଛନ୍ତି । ଏହା ମଧ୍ୟ କୁହାଯାଏ ଯେ, ସଲମାନ ଖାନ୍‌ଙ୍କ ଫିଲ୍ମ ଚୋରି ଚୋରି ଚୁପ୍‌କେ ଚୁପ୍‌କେରେ ଅଣ୍ଡର ଓ୍ୱାର୍ଲ୍ଡର ଟଙ୍କା ଲାଗିଥିଲା । ଏହି ଫିଲ୍ମରେ ରାନୀ ମୁଖାର୍ଜୀ ଓ ପ୍ରିତୀ ଜିଣ୍ଟାଙ୍କ ଭଳି ଷ୍ଟାର ମଧ୍ୟ ନଜର ଆସିଥିଲେ ।

Daud Bollywood

ସେହିଭଳି ବଲିଉଡ୍‌ର ଜଣେ ବରିଷ୍ଠ ଅଭିନେତା ତଥା ଡାଇରେକ୍ଟର ଓ ପ୍ରଡ୍ୟୁସର ସୁନିଲ ଦତ୍ତଙ୍କ ଫଟୋ ମଧ୍ୟ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ଙ୍କ ସହ ଦେଖିବାକୁ ମିଳିଛି । ସେହି ଫଟୋରେ ସଞ୍ଜୟ ଦତ୍ତଙ୍କ ପିତା ସୁନିଲ ଦତ୍ତ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ହାଜି ମସ୍ତାନଙ୍କ ସହ ନଜର ଆସିଛନ୍ତି ।

Daud Bollywood

ବଲିଉଡ୍‌ର ଜଣେ ନାମି ପ୍ରଡ୍ୟୁସର ପହଲାଜ୍‌ ନିହଲାନୀ କହିଥିଲେ ଯେ, ନିଜ ସେଫ୍ଟୀ ପାଇଁ ବଲିଉଡ୍‌ର ହିରୋଇନ୍ ମାନେ ଦାଉଦ ସହ ବନ୍ଧୁତା ରଖୁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଣ୍ଡର ଓ୍ୱାର୍ଲ୍ଡର ଟଙ୍କା ବଲିଉଡ୍‌ରେ ସିଧା ସଳଖ ଭାବେ ଲାଗି ନାହିଁ । କିନ୍ତୁ ଅଣ୍ଡର ଓ୍ୱାର୍ଲ୍ଡ ଡନ୍‌ ସବୁବେଳେ ଚେଷ୍ଟା କରନ୍ତି ତାଙ୍କ ଟଙ୍କାକୁ ବଲିଉଡରେ ପରୋକ୍ଷରେ ଇନ୍‌ଭେଷ୍ଟ କରିବାକୁ । ଆବୁ ସଲେମ୍‌ ଭଳି କିଛି ଖଳ ପ୍ରକୃତିର ଲୋକ ଥିଲେ, ଯେଉଁମାନେ ବଲିଉଡ୍‌ କଳାକାରଙ୍କୁ ଡରାଇବା ଧମକାଇବା ଭଳି କାମ କରୁଥିଲେ । ତେଣୁ ବଲିଉଡର ଅନେକ କଳାକାର ନିଜର ସେଫ୍ଟି ପାଇଁ ଡନ୍‌ ଦାଉଦର ନିକଟତର ହୋଇଥିଲେ । ଆଉ କିଛି ଫିଲ୍ମ ପ୍ରଡ୍ୟୁସର ମଧ୍ୟ ଦାଉଦଦର ଅନେକ ଡିମାଣ୍ଡ ପୁରା କରୁଥିଲେ । କାରଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ସମୟରେ କିଛି ବାଧା ସୃଷ୍ଟି ନହେଉ ବୋଲି ସେମାନେ ଚାହୁଁଥିଲେ । ହେଲେ 1993ରେ ମୁମ୍ବାଇ ବ୍ଲାଷ୍ଟ୍‌ ପରେ ବଲିଉଡ୍‌ ଓ ଅଣ୍ଡର ଓ୍ୱାର୍ଲ୍ଡର ସମ୍ପର୍କ ମଧ୍ୟରେ ବଡ଼ ପାଚେରୀ ଛିଡ଼ା ହୋଇଥିଲା ।

Daud Bollywood

ତେବେ ସଞ୍ଜୟ ଦତ୍ତ ଗିରଫ ହୋଇଥିବା ସମୟରେ ଏସବୁ ଘଟଣାକୁ ନେଇ ପୋଲିସ ନିକଟରେ ଏକ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଲୋକପ୍ରିୟ କଳାକାର ଫିରୋଜ ଖାନ୍‌ ହିଁ ଜଣେ ବ୍ୟକ୍ତି ଥିଲେ ଯିଏ ତାଙ୍କୁ ପିତାଙ୍କୁ ଦୁବାଇରେ ଦାଉଦ ଇବ୍ରାହିମ୍‌ ସହ ସାକ୍ଷାତ କରାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top