ଦେଶ

ଅନୁପ୍ରବେଶକାରୀଙ୍କ ଉପରେ ସେନାର କଡ଼ା ପ୍ରହାର, ୪ ଦିନରେ ୧୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ଅନୁପ୍ରବେଶକାରୀଙ୍କୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ । ମେ’ 28ରୁ ଆରମ୍ଭ ହୋଇଥିବା ଅନୁପ୍ରବେଶ ରୋକିବା ଅଭିଯାନ ମାଧ୍ୟମରେ ଭାରତୀୟ ସେନା ଗୁଳିରେ ନିହତ ହେଲେଣି 13 ଜଣ ଆତଙ୍କବାଦୀ । ତେବେ ଆଜି ଜାମ୍ମୁକାଶ୍ମୀରର ନୌସେରା ସେକ୍ଟରର ନିୟନ୍ତ୍ରଣ ରେଖା ପାଖରେ ସେନା ଗୁଳିରେ 3 ପାକିସ୍ତାନୀ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ସୋମବାର ନୌସେରା ସେକ୍ଟରର ନିୟନ୍ତ୍ରଣ ରେଖା ଦେଇ କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇଥିଲେ 3 ଆତଙ୍କବାଦୀ । ଏନେଇ ସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ବି ଏହି ଅଞ୍ଚଳରେ ସେନା ପକ୍ଷରୁ ତନଘନା ଜାରି ରହିଛି ।

କୁହାଯାଉଛି ଯେ, ବର୍ଡରରେ ପାକିସ୍ତାନର ରେଞ୍ଜର୍ସଙ୍କ ସାହାଯ୍ୟରେ ଆତଙ୍କବାଦୀମାନେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଭାରତୀୟ ସେନାର କଡ଼ା ଜବାବ ଫଳରେ ପ୍ରତିଥର ଆତଙ୍କବାଦୀଙ୍କ ପ୍ରଚେଷ୍ଟା ବିଫଳ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top