ନ୍ୟୁଜ୍

ଶୃଙ୍ଖଳିତ ଭାବରେ ଶେଷ ହୋଇଛି ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ନୀଳକନ୍ଦରରେ ବିରାଜମାନ ଅଛନ୍ତି ଚତୁର୍ଦ୍ଧାବିଗ୍ରହ

Jagannath

ପୁରୀ: ଶୃଙ୍ଖଳିତ ଭାବରେ ଶେଷ ହୋଇଛି ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମାନ୍ୟଵର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଆଡପମଣ୍ଡପରେ ନୀରବରେ ଲୀଳାଖେଳା ସାରି ସୁନାବେଶ, ଅଧରପଣା ନୀତି ଓ ଗତକାଲି ନୀଳାଦ୍ରିବିଜେ ହୋଇ ନୀଳକନ୍ଦରରେ ବିରାଜମାନ ଅଛନ୍ତି ଚତୁର୍ଦ୍ଧାବିଗ୍ରହ।  ସ୍ନାନପୂର୍ଣ୍ଣିମାରେ ରତ୍ନବେଦୀ ଛାଡି ଥିବା ଶ୍ରୀଜୀଉ ମାନେ ଦୀର୍ଘ ଏକ ମାସ ପରେ ରତ୍ନସିଂହାସନ ଆରୋହଣ କରିଛନ୍ତି। ସେପଟେ ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମସ୍ତ ପୁରୀବାସୀଙ୍କ ସମେତ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶାନିଯୋଗ ସେବାୟତ ଓ ସମସ୍ତ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପଟେ କୋଭିଡ୍ କଟକଣାକୁ ବଜାୟ ରଖି ଚଳିତବର୍ଷ ରଥଯାତ୍ରା ହେବା,,ଶ୍ରୀମନ୍ଦିର ଇତିହାସରେ ନୂତନ ଅଧାୟ ସୃଷ୍ଟି କରିଛି।  ତେବେ  ନିଳାଦ୍ରୀ ବିଜେ ପରେ ଆଜି ପ୍ରଥମ ଥର ପାଇଁ ଭକ୍ତମାନେ ପାଇବେ ନିଳାଚଳ ଅବଢ଼ା। ଶ୍ରୀମନ୍ଦିର ଉତ୍ତରଦ୍ଵାର ନିକଟରେ ଥିବା ଉତ୍ତରପାର୍ଶ୍ୱ ମଠ ପାଖରେ ଏକ ଅସ୍ଥାୟୀ ଟେଣ୍ଟରେ ଟୋକନ୍ ଯୋଗେ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରସାଦ ପାଇପାରିବେ ବୋଲି ସୁଆରମହାସୁଆର ନିଯୋଗ ତରଫରୁ କୁହାଯାଇଛି। ଅନ୍ୟପଟେ  ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କୁ ଭୋଗଲାଗିବ  ମହାପ୍ରସାଦ। ସେପଟେ ମାସେ ପରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହୋଇଛି ସାଧାରଣ ନିତୀକାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top