ଦେଶ

ସୁରକ୍ଷାବାହିନୀର ଗୁଳିରେ ୩ ଆତଙ୍କୀ ନିପାତ

ନୂଆଦିଲ୍ଲୀ:  ସୁରକ୍ଷାବାହିନୀର ଗୁଳିରେ  ୩ ଆତଙ୍କବାଦୀ ନିପାତ । ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ  ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଜମ୍ମୁ କଶ୍ମୀରର ପୁଲୱାମାରେ ଏଭଳି ଘଟଣା ଘଟିଛି ।

ସୂଚନାନୁସାରେ, କଙ୍ଗନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବଳକୁ ସୂଚନା ମିଳିଥିଲା। ଜବାବରେ ସୁରକ୍ଷାବାହିନୀ ପଟରୁ ମଧ୍ୟ ଗୁଳିଚାଳନା ହୋଇଥିଲା। ଯେଉଁଥିରେ ଏହି ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗତ କିଛିଦିନ ଧରି ପୁଲୱାମାରେ ସୁରକ୍ଷାବଳ ଲଗାତାର ଭାବେ ନିଜର ସର୍ଚ୍ଚ ଅପରେସନ୍ ଜାରି ରଖିଛି । ଏମାନେ ସମସ୍ତେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top