ଦେଶ

ମୁକ୍ତ ହେଲେ ଜମ୍ମୁ କାଶ୍ମୀରର ତିନି ନେତା

kashmir

ଶ୍ରୀନଗର:  ଆଜି ମୁକ୍ତ ହୋଇଛନ୍ତି  ଜମ୍ମୁ କଶ୍ମୀରର ତିନି ଅଟକ ଥିବା  ନେତା ।  ରାଜ୍ୟ ପ୍ରଶାସନ ତରଫରୁ 5 ଅଗଷ୍ଟରୁ  ନିଜ ହେପାଜତ୍‌ରେ ନେଇଥିବା ତିନି ନେତାଙ୍କୁ ଆଜି ମୁକ୍ତ କରିଛି । ଏହି ନେତାମାନେ ହେଲେ ଯାବର ମୀର୍‌, ନୂର ମହମ୍ମଦ ଓ ସୋଏବ ଲୋନଙ୍କୁ ମୁକ୍ତ କରିଛି  ପୋଲିସ୍‌ । ଅଗଷ୍ଟ ୫ରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ନେତା ସମେତ ଅନେକ ନେତାଙ୍କୁ ପ୍ରଶାସନ ନିଜ ହେପାଜତକୁ ଆଣି ଗୃହବନ୍ଦୀ କରି ରଖିଥିଲା।

ଏବେ ସ୍ଥିତି ସ୍ୱାଭାବିକ ହେଉଥିବା ଦେଖି ଧୀରେ ଧୀରେ ସମସ୍ତଙ୍କୁ ପ୍ରଶାସନ ମୁକ୍ତ କରୁଛି। ଜେଲରୁ ମୁକୁଳିବା ବେଳେ ଭଲ ବ୍ୟବହାର କୌଣସି ହିଂସା କାର୍ଯ୍ୟ ରେ ସାମିଲ୍ ହେବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ଏହି ତିନି ନେତା । ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କାଶ୍ମୀରର ପାଖାପାଖି ୨୫୦ ନେତାଙ୍କୁ ପୋଲିସ ଗୃହବନ୍ଦୀ କରି ରଖିଥିଲା। ଏମାନଙ୍କ ମଧ୍ୟରୁ ନ୍ୟାଶନାଲ କନଫରେନସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ପବ୍ଲିକ ସେଫଟି ଆକ୍ଟରେ ଅଟକ ରହିଛନ୍ତି । ଅନ୍ୟମାନେ କିନ୍ତୁ ଅଲଗା ଅଲଗା ମାମଲାରେ ଅଟକ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top