ଦେଶ

ଆସିଲା କରୋନା ସଂକ୍ରମଣର ଆଉ ୩ ଲକ୍ଷଣ, ତରଳ ଝାଡ଼ା ହୋଇପାରେ କୋଭିଡ-19ର ସଂକେତ

 ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନିକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାସହ ନୂଆ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି । ନିକଟରେ ସ୍ୱାଦ ବାରିବା ଓ ଶୁଙ୍ଘିବାରେ ଅସୁବିଧା ହେବାକୁ କରୋନା ଲକ୍ଷ୍ୟଣ ଲିଷ୍ଟରେ ଯୋଡ଼ାଯାଇଥିଲା । ଏବେ ପୁଣି 3ଟି ଲକ୍ଷଣ ଏଥିରେ ଯୋଡ଼ିହୋଇଛି । ଆମେରିକାର ‘ଦ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌’ (ସିଡିସି) କରୋନା ଭାଇରସ୍‌ର 3ଟି ଅନ୍ୟ ଳକ୍ଷଣ ସମ୍ପର୍କରେ ସୂଚନା ଦେଇଛି ।

ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି 12 ଲକ୍ଷଣ ବିଶିଷ୍ଟ ଏହି ସୂଚିରେ ଏବେ ନୂଆ 3 ଲକ୍ଷଣକୁ ସାମିଲ କରିଛି । ୩ଟି ନୂଆ ଲକ୍ଷଣଗୁଡିକ ହେଉଛି, ନାକ ରୁନ୍ଧ ହେବା ଓ ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା । ଏହା ପୂର୍ବରୁ ‘ସିଡିସି’ ଜ୍ୱର, ଥଣ୍ଡା, କାଶ, ଅଣନିଃଶ୍ୱାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ୱାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା ।

ଖୁବ୍ ଶୀଘ୍ର ‘ସିଡିସି’ ଉପରୋକ୍ତ ତିନୋଟି ଲକ୍ଷଣକୁ ମଧ୍ୟ ତାଲିକାଭୁକ୍ତ କରିବାକୁ ଯାଉଛି । ଅନ୍ୟପଟେ କରୋନା ଆରମ୍ଭରୁ ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା । ତାହା ହେଉଛି ଜ୍ୱର, କାଶ ଏବଂ ଅଣନିଃଶ୍ୱାସୀ ଲାଗିବା । କିନ୍ତୁ ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସେଥିରେ ସାମିଲ କରିଥିଲା । ତେବେ କରୋନା ଲକ୍ଷଣକୁ ନେଇ ଲିଷ୍ଟ ଆହୁରି ଲମ୍ବା ହେବାର ସମ୍ଭାବନା ଥିବା ନେଇ ସିଡିସି ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top