ଅପରାଧ

ବ୍ରହ୍ମପୁରରୁ ଆନ୍ଧ୍ର ଚାଲାଣ ହେଉଛି ରୂପା ଈଟା, ୬୧ କେଜି ରୂପା ଈଟା ସହ ୩ ଅଭିଯୁକ୍ତ ଗିରଫ

police

ବ୍ରହ୍ମପୁର:  ବ୍ରହ୍ମପୁରରୁ ଆନ୍ଦ୍ରକୁ ରୂପା ଇଟା ଚାଲାଣବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ । ଓଡ଼ିଶା ପୋଲିସଠାରୁ ଖସି ଯାଇଥିବାବେଳେ ଇଚ୍ଛାପୁରରେ ଆନ୍ଦ୍ର ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତ । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଇଚ୍ଛାପୁର ପୋଲିସ ୬୧ କେଜିର ରୂପା ଇଟା ଜବତ କରିଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଇଚ୍ଛାପୁର ଟାଉନ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ ଚେକପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା ।

ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାରକୁ ଅଟକାଇଥିଲା ପୋଲିସ । ଗାଡ଼ି ଯାଞ୍ଚ ପରେ ଡ଼ିକିରୁ ୬୧କେଜି ରୂପା ଇଟା ଜବତ ହୋଇଛି । ଗାଡ଼ିରେ ଥିବା ଅଭିଯୁକ୍ତ ମାନେ ରୂପାଇଟାର କୌଣସି କାଗଜପତ୍ର କି ବିଲ ପୋଲିସକୁ ଦେଖାଇପାରିନଥିଲେ । ଜବତ ରୂପା ଇଟାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ମଛଲିପଟନମର ପି.ସୁରୀ ବାବୁ, ଇଜାଦଗୋବିନ୍ଦା ଏବଂ କାର ଡ଼୍ରାଇଭର ବି. ନରସିଂହମୁଲୁକୁ ଗିରଫ କରିଛି ଇଚ୍ଛାପୁର ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top