X
Breaking News
ଟେକ୍ନୋଲୋଜି

ଅଶ୍ଳିଳ ଭିଡିଓ ସେୟାରିଙ୍ଗ ଅଭିଯୋଗରେ ବନ୍ଦ ହୋଇଥିଲା TikTok, ଦିନକୁ ୩.୫କୋଟି ଟଙ୍କାର କ୍ଷତି ହେଉଥିଲା

tiktok

ଭିଡିଓ ସେୟାରିଙ୍ଗ ଆପ ଟିକଟକ ଉପରେ କଟକଣା ବ୍ୟାହତ କଲା ମାଦ୍ରାସ ହାଇକୋର୍ଟ । ଗତକାଲି ଏହି ମାମଲା ଶୁଣାଣି ହୋଇ ଏହା ଉପରୁ ଲାଗିଥିବା ବ୍ୟାନ ହଟାଇ ଦିଆଯାଇଛି । ଯାହାଦ୍ୱାରା ବାଇଟ ଡ୍ୟାନ୍ସ କମ୍ପାନୀ ଏକ ପ୍ରକାର କ୍ଷତି ସହିବାରୁ ବଞ୍ଚିତ ହୋଇଛି । ସୂଚନା ଅନୁଯାୟୀ ଟିକ୍‌ଟକ୍‌ର ଅସ୍ଥାୟୀ ବ୍ୟାନ ଯୋଗୁଁ ପ୍ରତିଦିନ କମ୍ପାନୀକୁ ୩.୫କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା ।

ସାରା ବିଶ୍ୱରେ ଲୋକପ୍ରିୟ ଏହି ଆପରେ କିଛି ମାତ୍ରାରେ ଅଶ୍ଳିଳତାର ଭିଡିଓ ଦେଖିବାକୁ ମିଳୁଥିବାରୁ ମାଦ୍ରାସ ହାଇକୋର୍ଟ ଏହି ଆପରେ ବ୍ୟାନ ଲଗାଇ ଦେଇଥିଲେ । ଯାହା ଫଳରେ କୌଣସି ୟୁଜର୍ସ ଏହାକୁ ଡାଉନଲୋଡ କରି ପାରୁନଥିଲେ । ବ୍ୟାନ ପରେ ଏପ୍ରେଲ ୧୭ ତାରିଖରୁ ଭାରତରେ ବହୁ ପପୁଲାର ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପଲ ପ୍ଲେ ଷ୍ଟୋର ରୁ ମଧ୍ୟ ହଟାଇ ଦିଆଯାଇଥିଲା । ମାଦ୍ରାସ ହାଇକୋର୍ଟ ଅନୁଯାୟୀ ଟିକ୍‌ଟକ୍‌ରେ ମହିଳାଙ୍କର ଅଶ୍ଲିଳତା ହ୍ରାସ ପାଇବାର ଆବଶ୍ୟକତା ରହିଛି ।

ଭାରତରେ ନିଜର ନିବେଶ ବୃଦ୍ଧି କରିବାକୁ ଯୋଜନା କରୁଥିବା ଏହି କମ୍ପାନୀ ବାଇଟ ଡ୍ୟାନସକୁ ଭରପୁର କ୍ଷତି ସହିବାକୁ ପଡିଥିଲା । ପ୍ରତି ଦିନରେ ୩.୫କୋଟିର କ୍ଷତି ପରେ ଏହି ଚିନି କମ୍ପାନୀ ହୁଏତ ୨୫୦ କର୍ମଚାରୀଙ୍କ ଛଟେଇ କରିବା ନେଇ ମଧ୍ୟ ମତ ପ୍ରକାଶ କରିଥିଲେ । ବିଭିନ୍ନ ଇଫେକ୍ଚ ସହିତ ଭିଡିଓ ସେୟାରଙ୍ଗର ଏହି ଚିନି ଆପର ୟୁର୍ଜସଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହେଁ । ଭାରତରେ ଏହି ଆପକୁ ୩ କୋଟିରୁ ଉର୍ଦ୍ଧ ଲୋକ ବ୍ୟବହାର କରୁଥିଲେ । ଏବଂ ସାରାବିଶ୍ୱରେ ଏହାର ସଂଖ୍ୟା ୧୦୦ କୋଟି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top