ଜୀବନ ମନ୍ତ୍ର

ଲକଡାଉନରେ ଓଜନ ବୃଦ୍ଧି ପାଉଛି କି, ଏହି ସହଜ ଉପାୟରେ ଓଜନ ହ୍ରାସ କରନ୍ତୁ…

ଅର୍ଗସ ବ୍ୟୁରୋ : କରୋନା ମାହମାରୀ ଯୋଗୁଁ ତାଲାବନ୍ଦ । ଆଉ ତାଲାବନ୍ଦ ସମୟରେ ଘରେ ବସିଥିବା ଅନେକ ଲୋକଙ୍କର ଓଜନ ବୃଦ୍ଧି ପାଉଛି । ଏହି ମେଦବହୁଳତାରୁ ମୁକ୍ତି ପାଇବା ପାଇଁ, ଆମେ ବ୍ୟାୟାମ କରିବା, ଡାଏଟିଂ ଭଳି ଅନେକ କାର୍ଯ୍ୟ କରିଥାଉ । କିନ୍ତୁ ଏସବୁ ସତ୍ତ୍ୱେ ଆପଣ ଓଜନ ହ୍ରାସ କରିବାରେ ସକ୍ଷମ ନୁହଁନ୍ତି । ଜୋରରେ ବ୍ୟାୟାମ କରିବା ପରେ ମଧ୍ୟ ଆମର ପେଟର ଚର୍ବି କମି ନଥାଏ।

ସେହିପରି ପତଳା ଶରୀରରେ ତଳ ପେଟରେ ଚର୍ବି ଗଚ୍ଛିତ ଥାଏ ।  ବ୍ୟାୟାମ ନକରିବା ହେତୁ ଏହା ଘଟେ । ଏଥିପାଇଁ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା ଏବଂ ପୁରା ଶସ୍ୟ ରୁଟି ଭଳି ଅନେକ ଫାଇବର ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଅଧିକରୁ ଅଧିକ ପାଣି ପିଅନ୍ତୁ । ସେମିତି ହେଲେ ସହଜରେ ଖାଦ୍ୟ ହଜମ ହୋଇଥାଏ । ଏହାସହ ମଦ୍ୟପାନ, ଦୁଗ୍ଧଜାତ ଦ୍ରବ୍ୟର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ଖାଦ୍ୟରେ ଅଧିକରୁ ଅଧିକ ତାଜା ପନିପରିବା, ମାଂସ, ଚିକେନ୍ ଏବଂ ମାଛ ଅନ୍ତର୍ଭୂକ୍ତ କରନ୍ତୁ । ସକାଳ ଜଳଖିଆକୁ ଖାଇବାକୁ ଭୁଲନ୍ତୁ ନାହିଁ । ଅଳ୍ପ ପରିମାଣରେ ଖାଦ୍ୟ ଖାଇବା ସହ  ପ୍ରଚୁର ପାଣି ପିଅ । ସେହିପରି ରାତିରେ ଶୀଘ୍ର ଶୋଇବାକୁ ଚେଷ୍ଟା କରନ୍ତୁ ।

ପ୍ରାୟତଃ ଲୋକମାନେ ସେମାନଙ୍କର ଫିଟନେସ୍ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ଯାହା ବୃଦ୍ଧି ହେବା ପରେ ଓଜନ ହ୍ରାସ କରିବା ଟିକେ କଷ୍ଟକର କରିଥାଏ । ତେଣୁ ଶରୀରକୁ ଫିଟ୍ ରଖିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ । ଦିନସାରା ବସିବା, ମିଠା ଏବଂ ମଦ୍ୟପାନ କରିବା କାରଣରୁ ପେଟର ଚର୍ବି ବୃଦ୍ଧି ପାଇଥାଏ । ଏଥିପାଇଁ ଅଳ୍ପ ପରିମାଣର ମଦ୍ୟପାନ କରନ୍ତୁ । ଅଧିକରୁ ଅଧିକ ଅଣ୍ଡା, ମାଂସ, ପନିପରିବା, ବାଦାମ, ମାଛ ଖାଆନ୍ତୁ । ଏହା ବ୍ୟତୀତ ବ୍ୟାୟାମ କରନ୍ତୁ, ଚାଲନ୍ତୁ ଏବଂ ଲିଫ୍ଟ ବଦଳରେ ସିଡ଼ି ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top