ଦେଶ

ସାବଧାନ ! ସପିଂ କରୁଛନ୍ତି କି…

ଅର୍ଗସ ବ୍ୟୁରୋ: କୋରୋନା ଭାଇରସର ପ୍ରକୋପ ଥମିନାହିଁ । କିନ୍ତୁ ସମସ୍ତ ରାଷ୍ଟ୍ର ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତ ଜୋରଦାର କରିଛନ୍ତି । ବିଶେଷ କରି ଅନଲକ୍ 1 ରେ ଥିବା ଗାଇଡଲାଇନ ପରଠୁ ଅନେକ ଲୋକ ସପିଂ କରିବା ଆରମ୍ଭ କରିସାରିଲେଣି । ହେଲେ ସପିଂ କରିବା ପୂର୍ବରୁ ସତର୍କତା ଅବଲମ୍ୱନ କରନ୍ତୁ ।

ତେବେ ଆମେରିକାରେ ଖୋଲିଥିବା ନାମୀଦାମୀ ପୋଷାକ ଦୋକାନରେ ବିନା ମାସ୍କରେ ଗ୍ରାହକଙ୍କୁ ପ୍ରବେଶ ଅନୁମତି ମିଳୁନାହିଁ । ଏହାସହ ଆଗାମୀ 6 ମାସ ପର୍ଯ୍ୟନ୍ତ କୌଣସି ପୋଷାକକୁ ଗ୍ରାହକ ଟ୍ରାଏଲ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଦୋକାନରେ ଥିବା କର୍ମଚାରୀ ଗ୍ରାହକଙ୍କୁ ସମସ୍ତ ଦିଗରେ ପୂର୍ଣ୍ଣ ସହାୟତା କରିବେ । ବିଲ୍‌  କାଉଣ୍ଟରରେ ଅନଲାଇନ ପେମେଣ୍ଟକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଏହା ସହ ବିଲ୍ ବାହାର କରିବା ପରିବର୍ତ୍ତେ ସେମାନଙ୍କ ମେଲ-ଆଇଡିକୁ ତାହା ପ୍ରେରଣା କରାଯାଉଥିବାର ପ୍ରକାଶ କରାଯାଇଛି ।

– ଜୈନିକ ଷ୍ଟୋର ମୁଖ୍ୟଙ୍କ ମତରେ ଗ୍ରାହକ ସଚେତନ ରହିବା ଜରୁରୀ । ପ୍ରତ୍ୟେକ ଷ୍ଟୋର ଆବଶ୍ୟକତାଠାରୁ ଅଧିକ କଡାକଡି ପଦକ୍ଷେପ ନେଉଛନ୍ତି । ଏହା ସତ୍ତ୍ୱେ ଅନେକ ଗ୍ରାହକ ବିନା ମାସ୍କରେ ପ୍ରବେଶ ନିମନ୍ତେ ଜୋର୍ କରୁଛନ୍ତି । ତେବେ ଏ ସବୁ ନ କରି ଯାହା ଗାଇଡ୍‌ଲାଇନ ରହିଛି ତାହାକୁ ମାନନ୍ତୁ ।

– ଆମେରିକାର କାଲିଫର୍ଣ୍ଣିଆର ସମସ୍ତ ପୋଷାକ ଦୋକାନରେ ପ୍ରବେଶ କରିବା ମାତ୍ରେ ଗ୍ରାହକଙ୍କୁ ୱେଲକମ୍ ଟେବଲ ଦିଆଯାଉଛି । ସେଥିରେ ମାସ୍କ ଓ ସାନିଟାଇଜର ରଖାଯାଇଥାଏ । ଗ୍ରାହକ ସେସବୁର ବ୍ୟବହାର କରିବା ପରେ ହିଁ ଷ୍ଚୋର୍ କୁ ପ୍ରବେଶ କରିବାର ଅନୁମତି ମିଳିଛି ।

– ନାମୀ କସମେଟିକ୍ କମ୍ପାନୀ ଏବେ ଗ୍ରାହକଙ୍କୁ ଟ୍ରାଏଲ୍ କରିବାକୁ ଦେବ ନାହିଁ ବୋଲି ସ୍ପଷ୍ଟ କରିଥିବାର ପ୍ରକାଶ କରାଯାଇଛି । ଆମେରିକା ଏଭଳି ସ୍ଥିତି ଦେଇ ଗତି କରୁଛି । ତେବେ ଆପଣମାନେ ସପିଂ କରିବା ପୂର୍ବରୁ ସତର୍କ ରୁହନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top