ନ୍ୟୁଜ୍

ଆଜି ଭୁବନେଶ୍ୱରରେ ଆଉ ୧୩୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ କାୟା ବିସ୍ତାର କରିଛି ମହାମାରୀ କରୋନା  । ଆଜି  ଭୁବନେଶ୍ୱରରେ ଆଉ ୧୩୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୧୩୭ଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଣ୍ଟାଇନ, ୨୪ ଲୋକାଲ କେସ୍ ରହିଛି। କ୍ୱାରେଣ୍ଟାଇନରୁ ରହିଛନ୍ତି ଗଙ୍ଗନଗର ବସ୍ତିର ୮ ଜଣ, ଭୀମପୁର ୯ ଜଣ ମହିଳା, ୟୂନିଟ-୮ ଓସିସି ବସ୍ତିର ୭ ଜଣ, ସାଲିଆ ସାହିର ୧୦ ଜଣ,ବଡଗଡର ୬ ଜଣ, ୟୂନିଟ-୯ର ୫ ଜଣ,ପ୍ରାଇଭେଟ ହସ୍ପିଟାଲର ୪ ଜଣ କର୍ମଚାରୀ,ସତ୍ୟନଗରର ୪ ଜଣ , ଓୟୂଏଟି ନିକଟର ୪ ଜଣ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ୫ ଜଣ ଆକ୍ରାନ୍ତ ଚହ୍ନଟ ହୋଇଛନ୍ତି।

ସେହିଭଳି ଲୋକାଲ କେସ ମଧ୍ୟରେ ଅଛନ୍ତି ଆଇଆରସି ଭିଲେଜର ୨ ଜଣ, ସାମନ୍ତରାପୁର ଲକ୍ଷ୍ମୀମଣ୍ଡପ ନିକଟରୁ ୨ ଜଣ, ବରମୁଣ୍ଡାରୁ ୨ଜଣ, ସାମାନ୍ତରାପୁରରୁ ୨ ଜଣ, ଚିନ୍ତାମଣିଶ୍ୱରରୁ ଜଣେ, ଟଙ୍କପାଣି ରୋଡରୁ ଜଣେ, ରସୁଲଗଡ ଭାଗବତ ସଦନରୁ ଜଣେ, ନୟାପଲ୍ଲୀ କ୍ରୀଷ୍ଣା ଟାୱାର ନିକଟରୁ ଜଣେ, ପୁରୁଣା ଭୁବନେଶ୍ୱର ରାମେଶ୍ୱର ପାଟଣାରୁ ଜଣେ, ବାପୁଜୀନଗରରୁ ଜଣେ,ଜୟଦେବ ବିହାରରୁ ଜଣେ,ବରମୁଣ୍ଡାରୁ ଜଣେ, ଝାରପଡାରୁ ଜଣେ, ସତ୍ୟନଗର କାଳୀ ମନ୍ଦିର ନିକଟରୁ ଜଣେ, ଗ୍ୟାରେଜ ଛକରୁ ଜଣେ, ବମିଖାଲରୁ ଜଣେ, ରେଣ୍ଟାଲ କଲୋନୀରୁ ଜଣେ, ଗଙ୍ଗନଗରରୁ ଜଣେ, ସତ୍ୟନଗର ପଞ୍ଜାବୀ କଲୋନୀରୁ ଜଣେ, ଭଗବାନପୁରରୁ ଜଣେ, ଝାରପଡାରୁ ଜଣେ ଲଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଭୁବନେଶ୍ୱରରେ ୧୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ବିଏମସି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top