ନ୍ୟୁଜ୍

ଆଜି ଓଡ଼ିଶାରେ ପହଞ୍ଚିବ ୮ଟି ସ୍ୱତନ୍ତ୍ର ଟ୍ରେନ୍

ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶାରେ ପହଞ୍ଚିବ ୮ଟି ସ୍ୱତନ୍ତ୍ର ଟ୍ରେନ୍। ସୋମବାର ବିଭିନ୍ନ ରାଜ୍ୟରୁ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଏହି ଟ୍ରେନ୍‌ ମଧ୍ୟରୁ ଦୁଇଟି କେରଳରୁ ଖୋର୍ଦ୍ଧା ରୋଡ୍‌ ଆସିବ । ସେହିପରି ବେଙ୍ଗାଲୁରୁରୁ ବାଲେଶ୍ୱର, ତାମିଲନାଡୁରୁ ବାଲେଶ୍ୱର, ହରିୟାଣାରୁ ବାଲେଶ୍ୱର, ତେଲେଙ୍ଗାନାରୁ ବଲାଙ୍ଗୀର, ତେଲେଙ୍ଗାନାରୁ ନୂଆପଡ଼ା ଓ ତେଲେଙ୍ଗାନାରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ଗୋଟିଏ ଲେଖାଏଁ ଟ୍ରେନ୍‌ ଆଜି ପହଞ୍ଚିବ । ଏଥିରେ ପାଖାପାଖି ୧୨ ହଜାର ଶ୍ରମିକ ଆସୁଛନ୍ତି ।

ପୂର୍ବତଟ ରେଳପଥ ସୂଚନା ଅନୁସାରେ, ଗତକାଲି ଗୋଟିଏ ଟ୍ରେନ୍‌ ତାମିଲନାଡୁରୁ ବାଲେଶ୍ୱର ଆସିଥିବା ବେଳେ ଅନ୍ୟ ଏକ ଟ୍ରେନ୍‌ ଗୁଜୁରାଟରୁ ବାଲେଶ୍ୱରକୁ ଆସିଛି । ଏଥିରେ ପ୍ରାୟ ୩ ହଜାର ଶ୍ରମିକ ଆସିଛନ୍ତି । ସେହିପରି ବର୍ତ୍ତମାନ ମେ ୩୧ ସୁଦ୍ଧା ପୂର୍ବତଟ ରେଳପଥ ପକ୍ଷରୁ ୧୭୮ ଟ୍ରେନ୍‌ ଯାତାୟାତ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top