ନ୍ୟୁଜ୍

ଆଜି ବିଶ୍ୱ ଏଡ୍‌ସ ଦିବସ

AIDS Day
Courtesy: starofmysore.com

ଭୁବନେଶ୍ୱର:  ଆଜି ବିଶ୍ୱ  ଏଡ୍‌ସ ଦିବସ । ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହା ଏଡ୍‌ସର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ । ସରକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଦିନଟିକୁ ଏଡ୍‌ସ ବାବଦରେ ଭାଷଣ ଦେଇ ଜନସଚେତନତା ତିଆରି କରି ପାଳନ କରିଥାନ୍ତି । ୧୯୯୫ ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଏହାକୁ ସରକାରୀ ତାଲିକାଭୁକ୍ତ କରିଥିଲେ । ବାକି ଦେଶରେ ମଧ୍ୟ ଏହି ଦିନ ଏଡ୍‌ସ ଦିବସ ପାଳନ କରାଯାଇଥାଏ ।

ଚାଲିବ ଶୋଭାଯାତ୍ରା, ଦିଆଯିବ ନିରାକରଣ ପାଇଁ ଆହ୍ୱାନ୍‌ । ତେବେ ପ୍ରତିବର୍ଷ ଏଡ୍‌ସ ବିରୋଧରେ ଯୁଦ୍ଧ ଡାକରା ଦିଆଯାଏ। ରୋଗକୁ ଘୃଣା କର ରୋଗିକୁ ନୁହଁ ଭଲ ମହତ୍ୱ କଥା ଶୁଣିବାକୁ ମିଳେ। କିନ୍ତୁ ଦୁଃଖର କଥା ଯେ ଏଡ୍‌ସ ସଂକ୍ରମିତ ବ୍ୟକ୍ତିଟିଏ ଆଜିବି ଜୀବନ ବଞ୍ଚିବା ପାଇଁ ଓ ସମାଜରେ ସମ୍ମାନ ଟିକକ ପାଇଁ ଅହରହ ସଂଗ୍ରାମ କରେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top