ନ୍ୟୁଜ୍

ଆଜି ରାଜ୍ୟରେ ପୁଣି 570 କରୋନା ପଜିଟିଭ୍ ଚିହ୍ନଟ

corona

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ପୁଣି 570 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 384 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ 186 ସ୍ଥାନୀୟ ସଂକ୍ରମଣ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନଗୁଳରୁ 11, ବାଲେଶ୍ଵରରୁ 3, ଭଦ୍ରକରୁ 2, ବୌଦ୍ଧରୁ 3, କଟକରୁ 46, ଗଜପତିରୁ 25, ଗଞ୍ଜାମରୁ 218, ଜଗତସିଂହପୁରରୁ 16, ଯାଜପୁରରୁ 40, ଝାରସୁଗୁଡାରୁ 31, କେନ୍ଦ୍ରାପଡାରୁ 6, କେଉଁଝରରୁ 14, ଖୋର୍ଦ୍ଧାରୁ 37, କୋରାପୁଟରୁ 11, ମୟୁରଭଞ୍ଜରୁ 10, ନୟାଗଡ଼ରୁ 37, ପୁରୀରୁ 15, ସମ୍ବଲପୁରରୁ 1, ସୁନ୍ଦରଗଡ଼ରୁ 44।

ଏହି କ୍ରମରେ ରାଜ୍ୟରେ ମୋଟ 12526 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 7972 ସୁସ୍ଥ ହୋଇ ଘରକୁ ଫେରିଲେଣି। ରାଜ୍ୟରେ ଏଯାବତ୍ 4475ଟି ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top