ନ୍ୟୁଜ୍

ଆଜି ରାଜ୍ୟରେ ପୁଣି 618 କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ପୁଣି 618 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 411 କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 207 ଜଣ ସ୍ଥାନୀୟ ସଂକ୍ରମିତ। ରାଜ୍ୟରେ ଏଯାଏଁ ପଜିଟିଭଙ୍କ ସଂଖ୍ୟା 14 ହଜାର 898କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି 22ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 286, ଖୋର୍ଦ୍ଧାରୁ 107, ଅନୁଗୁଳରୁ 14, ବାଲେଶ୍ଵରରୁ 61, ଭଦ୍ରକରୁ 1, ବଲାଙ୍ଗିରରୁ 2, ବୌଦ୍ଧରୁ 2, କଟକରୁ 16, ଢେଙ୍କାନାଳରୁ 2, ଜଗତସିଂହପୁରରୁ 26, ଯାଜପୁରରୁ 5, ଝାରସୁଗୁଡାରୁ 1, କେନ୍ଦ୍ରାପଡ଼ାରୁ 9, କେଉଁଝରରୁ 5, କୋରାପୁଟରୁ 1, ମାଲକାନାଗିରିରୁ 13, ମୟୁରଭଞ୍ଜରୁ 21, ନୟାଗଡ଼ରୁ 15, ପୁରୀରୁ 5, ରାୟଗଡ଼ାରୁ 1, ସମ୍ବଲପୁରରୁ 10, ସୁନ୍ଦରଗଡ଼ରୁ 15 ଜଣ ରହିଛନ୍ତି।

ରାଜ୍ୟରେ ଏଯାବତ୍ ପଜିଟିଭଙ୍କ ସଂଖ୍ୟା 14 ହଜାର 898କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ 9864 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 4933 ଆକ୍ଟିଭ୍ କେସ୍ ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top