ଦେଶ

ଶଙ୍ଖନାଦରେ ଓ ରାମଚରିତ ମାନସରେ କମ୍ପିବ ରାମନଗରୀ, ଜାଣନ୍ତୁ ଅଯୋଧ୍ୟା ଇତିହାସ…

ram mandir

ଅର୍ଗସ ବ୍ୟୁରୋ: ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ ବୁଧବାର ରାମମନ୍ଦିରର ଭୂମିପୂଜା କରିବେ ପ୍ରଧାନମନ୍ତ୍ରୀ । ଯାହା ଉପରେ ରହିଛି ବିଶ୍ୱର କୋଟି କୋଟି ରାମଭକ୍ତଙ୍କ ନଜର । ଆଉ ମାତ୍ର କେଇ ଘଣ୍ଟାର ସମୟ । ଶୁଭିବ ଶଙ୍ଖନାଦ, ଆସୁଛନ୍ତି ପ୍ରଭୁ ଶ୍ରୀରାମ । ଏହାରି ମଧ୍ୟରେ ଆସିଲା ଅଯୋଧ୍ୟା ଶ୍ରୀ ରାମ ମନ୍ଦିରର ପ୍ରସ୍ତାବିତ ମଡେଲ । ଏହି ମଡେଲ ଅନୁସାରେ ନିର୍ମାଣ ହେବ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ଓ ବିରାଟ ମନ୍ଦିର । ସେପଟେ ମନ୍ଦିର ଭୁମି ପୂଜନ ଉତ୍ସବ ନେଇ ଓଡିଶାରେ ମଧ୍ୟ ଦେଖାଦେଇଛି ଉତ୍ସାହର ମାହୋଲ । ତେବେ ଅନେକ ବାଦବିବାଦ ପରେ ଶେଷରେ ଆଜି ସବୁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।

ଘଟଣା ଏଭଳି ଥିଲା କି ଅଯୋଧ୍ୟା ବିବାଦର ପୂରା ଇତିହାସ :
୧୫୨୮ : ଅଯୋଧ୍ୟାରେ ବାବ୍ରି ମସଜିଦର ନିର୍ମାଣ କରାଯାଇଥିଲା .
୧୯୪୯: ବାବ୍ରିି ମସଜିଦରେ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଦୁଇ ପକ୍ଷ କୋର୍ଟକୁ ଯାଇଥିଲେ ଓ ବିବାଦୀୟ ସ୍ଥଳରେ ତାଲା ପକାଇ ଯାଇଥିଲା
୧୯୫୯ : ନିର୍ମୋହି ଆଖାଡା ପକ୍ଷରୁ ବିବାଦୀୟ ସ୍ଥଳକୁ ସ୍ଥାନାନ୍ତରଣ କରିବାକୁ କୋର୍ଟରେ ପିଟିସନ ଦାଖଲ
୧୯୬୧ : ୟୁପି ସୁନ୍ନି ସେଣ୍ଟ୍ରାଲ ବୋର୍ଡର ବାବ୍ରି ମସଜିଦ ଉପରେ ନିଜର ହକ୍ ଥିବା କହି ପିଟିସନ ଦାଖଲ
୧୯୮୬ : ବିବାଦୀୟ ସ୍ଥଳକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଗଲା । ବାବ୍ରି ମସଜିଦ୍ ଆକ୍ସନ କମିଟି ଗଠନ କରାଗଲା
୧୯୮୯ : ରାଜୀବ ଗାନ୍ଧୀଙ୍କ ଅନୁମତି ନେଇ ବିଶ୍ୱ ହିନ୍ଦୁ ପରିଷଦ ବାବ୍ରି ନିକଟବର୍ତ୍ତୀ ଅଞ୍ଚଳରେ ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ

୧୯୯୦ : ଲାଲକୃଷ୍ଣ ଆଡଭାଣୀଙ୍କ ନେତୃତ୍ୱରେ ଦେଶବ୍ୟାପୀ ରଥଯାତ୍ରା ଆରମ୍ଭ
୧୯୯୧ : ଉତ୍ତରପ୍ରଦେଶରେ ସରକାର ଗଢିଲା ବିଜେପି । ରାମ ମନ୍ଦିର ନିର୍ମାଣ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଇଟା ସଂଗ୍ରହ
୬ ଡିସେମ୍ବର ୧୯୯୨: ହଜାର ହଜାର ସଂଖ୍ୟାରେ କରସେବକ ମାନେ ଅଯୋଧ୍ୟାରେ ପହଞ୍ଚି ବାବ୍ରି ମସଜିଦକୁ ଧ୍ୱଂସସ୍ତୁପରେ ପରିଣତ କଲେ । ଯେଉଁଥିପାଇଁ ସାଂପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିଲା । ଏହି ସମୟରେ ପୋଲିସ କାର‌୍ୟ୍ୟାନୁଷ୍ଠାନରେ କିଛି ଲୋକଙ୍କ ମୃତ୍ୟୁ ହୋଇ୍ଥିଲା । ଆଉ ଏହି ସମୟ ମଧ୍ୟରେ ସେଠାରେ ଏକ ଅସ୍ଥାୟୀ ରାମ ମନ୍ଦିର ନିର୍ମାଣ କରାଗଲା । ତେବେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ସେତେବେଳେ ମସଜିଦର ପୁନଃନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ
୧୬ ଡିସେମ୍ବର ୧୯୯୨ : ବାବ୍ରି ମସଜିଦ ଭାଙ୍ଗିବା ଘଟଣାର ଯାଞ୍ଚ ପାଇଁ ଏମଏସ ଲିବ୍ରହାନ କମିଟିର ଗଠନ
୧୯୯୪ : ଆହ୍ଲାବାଦ ହାଇକୋର୍ଟରେ ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ମାମଲା ଶୁଣାଣି ଆରମ୍ଭ
୪ ମେ ୨୦୦୧: ସ୍ପେଶାଲ ଜଜ ଏସକେ ଶୁକ୍ଳା ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ୧୩ ନେତାଙ୍କ ନାଁ ବାବ୍ରି ମସଜିଦ୍ ଭଙ୍ଗା ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ତାଲିକାରୁ ହଟାଇ ଦେଇଥିଲେ

୧ ଜାନୁଆରୀ ୨୦୦୨: ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଅଯୋଧ୍ୟା ବିଭାଗର ଆରମ୍ଭ । ଏହି ବିଭାଗର କାମ ଥିଲା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଆଲୋଚନା କରି ବିବାଦର ସମାଧାନ କରିବା
୧ ଅପ୍ରେଲ ୨୦୦୨ : ଅଯୋଧ୍ୟାର ବିବାଦୀୟ ସ୍ଥଳରେ କାହାର ହକ୍ ରହିଛି ସେନେଇ ଆହ୍ଲାବାଦ ହାଇକୋର୍ଟରେ ଶୁଣାଣୀ ଆରମ୍ଭ ହୋଇଥିଲା
୫ ମାର୍ଚ୍ଚ ୨୦୦୩ : ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱର୍ ବିଭାଗକୁ ଅଯୋଧ୍ୟାରେ ଖୋଦେଇ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ଏଠାରେ ମନ୍ଦିର ନା ମସଜିଦ ଥିଲା ତାହାର ପ୍ରମାଣ ମିଳିଯିବ
୨୨ ଅଗଷ୍ଟ ୨୦୦୩ : ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାଇକୋର୍ଟଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ, ମସଜିଦ ତଳେ ଦଶମ ଶତାବ୍ଦୀରେ ନିର୍ମାଣ ହୋଇଥିବା ମନ୍ଦିରର ଅବଶେଷ ରହଥିବାର ପ୍ରମାଣ ମିଳିଛି ।ଆଉ ଏହି ରିପୋର୍ଟକୁ ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ଚ୍ୟାଲେଞ୍ଜ କରିଥିଲେ ।
ସେପ୍ଟେମ୍ବର ୨୦୦୩ : ମସଜିଦ ଭାଙ୍ଗିବାକୁ ଉସାକାଇ ଥିବା ୭ ହିନ୍ଦୁ ନେତାଙ୍କୁ ଶୁଣାଣି ପାଇଁ ହାଜିର କରାଯାଉ ବୋଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା
ଜୁଲାଇ ୨୦୦୯ : ଲିବ୍ରହାନ ଆୟୋଗ ଗଠନର ୧୭ ବର୍ଷ ପରେ କମିଟି ମସଜିଦ୍ ଭଙ୍ଗା ଘଟଣାର ରିପୋର୍ଟ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦେଇଥିଲେ
୨୬ ଜୁଲାଇ ୨୦୧୦ : ଏହି ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ନିଜ ଭିତରେ ଆଲୋଚନା କରି ଏହାର ସମାଧାନ କରିବାକୁ ସମସ୍ତ ପକ୍ଷକୁ ପରାମର୍ଶ ଦେଲେ । କିନ୍ତୁ କୌଣସି ପକ୍ଷ ଏନେଇ ଆଗକୁ ଆସିଲେ ନାହିଁ
୩୦ ସେପ୍ଟେମ୍ବର ୨୦୧୦ : ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ଐତିହାସିକ ରାୟ ଶୁଣାଇଥିଲେ । ଏହି ରାୟ ଅନୁଯାୟୀ, ବିବାଦୀୟ ଜମିକୁ ତିନି ଭାଗରେ ବାଣ୍ଟି ଦେଇ ଗୋଟିଏ ପାଶ୍ୱର୍ରେ ରାମ ମନ୍ଦିର, ଅନ୍ୟ ଜମିକୁ ସୁନ୍ନି ବୋର୍ଡ ଓ ତୃତୀୟ ଭାଗ ନିର୍ମୋହୀ ଆଖଡାକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ
୯ ମେ ୨୦୧୧: ସୁପ୍ରିମକୋର୍ଟ ଆହ୍ଲାବାଦ୍ ହାଇକୋର୍ଟର ରାୟ ଉପରେ ରୋକ ଲଗାଇ ଦେଇଥିଲେ

୨୧ ମାର୍ଚ୍ଚ ୨୦୧୭ : ନିଜ ମଧ୍ୟରେ ଆଲୋଚନା କରି ବିବାଦର ସମାଧାନ କରିବାକୁୂ ସୁପ୍ରିମକୋର୍ଟଙ୍କ ପରାମର୍ଶ
୯ ନଭେମ୍ବର ୨୦୧୭ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା ପରେ ସିୟା ୱର୍କ ବୋର୍ଡର ଚେୟାରମ୍ୟାନ ୱାସିମ ରିଜୱୀ ଏକ ବଡ ବୟାନ ଦେଇଥିଲେ । ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ହେବା ଆବଶ୍ୟକ ଏବଂ ସେଠାରୁ କିଛି ଦୂରରେ ମସଜିଦ୍ ନିର୍ମାଣ କରିବାକୁ ରିଜୱୀ କହିଥିଲେ ।
୧୬ ନଭେମ୍ବର ୨୦୧୭ : ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏହି ମାମଲାର ସମାଧାନ କରିବାକୁ ଅଣ୍ଟା ଭିଡିଥିଲେ । ଏଥିପାଇଁ ସମସ୍ତ ପକ୍ଷଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ ।
୫ ଡିସେମ୍ବର ୨୦୧୭ : ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ।
୮ ଫେବୃଆରୀ ୨୦୧୮: ସୁନ୍ନି ୱର୍କ ବୋର୍ଡ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ରାଜୀବ ଧୱନ ଏହି ମାମଲାରେ ନିୟମିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିଲେ । କିନ୍ତୁ ଖଣ୍ଡପୀଠ ଏହି ଆବେଦନକୁ ଖାରିଜ କରିଥିଲେ ।
୧୪ ମାର୍ଚ୍ଚ ୨୦୧୮ : ବରିଷ୍ଠ ଓକିଲ ରାଜୀବ ଧୱନ କୋର୍ଟଙ୍କୁ ନିବେଦନ କରିଥିଲେ ଯେ, ୧୯୯୪ରେ ଇସମାଇଲ ଫାରୁକି ବନାମ ଭାରତୀୟ ସଂଘ ଦାୟର କରିଥିବା ମାମଲାର ଶୁଣାଣି କରି କୋର୍ଟ ଯେଉଁ ରାୟ ଦେଇଥିଲେ ତାହାର ପୁନଃବିଚାର କରିବାକୁ ଉଚ୍ଚତମ ଖଣ୍ଡପୀଠ ନିକଟକୁ ପଠାଯାଉ

୨୦ ଜୁଲାଇ ୨୦୧୮ : ସୁପ୍ରିମ କୋର୍ଟ ରାଜୀବ ଧୱନଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ
୨୭ ସେପ୍ଟେମ୍ବର ୨୦୧୮ : ଉଚ୍ଚ ଖଣ୍ଡପୀଠରେ ଇସମାଇଲ ଫାରୁକି ବନାମ ଭାରତୀୟ ସଂଘକୁ ନେଇ ଦିଆଯାଇଥିବା ରାୟର ପୁନଃବିଚାର କରିବା ନେଇ ରାଜୀବ ଧୱନ ଯେଉଁ ଆବେଦନ କରିଥିଲେ ତାହାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।
୨୯ ଅକ୍ଟୋବର ୨୦୧୮ : ବିବାଦୀୟ ଅଯୋଧ୍ୟା ମାମଲାର ଶୁଣାଣିକୁ ଜାନୁଆରୀ ୨୦୧୯ ପଯ୍ୟନ୍ତ ଘୁଞ୍ଚାଇବା ସହ ନିର୍ଦ୍ଧାରିତ ତାରିଖ ସ୍ଥିର ହେବା ପରେ ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ । ଆଉ ଶେଷରେ ସବୁ କିଛି ବିବାଦର ଅନ୍ତ ଘଟି ଆଜି ରାମମନ୍ଦିରର ଭୂମିପୂଜା ହେବାକୁ ଯାଉଛି । ଆଶା ଓ ବିଶ୍ୱାସ ଆଗରେ ସବୁ କିଛି ହାର ମାନିଛି । ଯଦି ବିଶ୍ୱାସ ଅଛି ତେବେ ସବୁ ସମ୍ଭବ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top