ଦେଶ

ଭାରତୀୟ ନୌସେନା ଦିବସ: ଜାଣନ୍ତୁ କେଉଁ କାରଣରୁ ପାଳନ କରାଯାଏ ଏହି ଦିବସ

courtesy:http://zeenews.india.com

ନୁଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ୱର ମାସ ୪ ତାରିଖ ଦିନ ଭାରତୀୟ ନୌସେନା ଦିବସ ପାଳନ କରାଯାଏ ୧୯୭୧ ମସିହା ୪ ଡିସେମ୍ୱରରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପାକିସ୍ଥାନ ସେନାକୁ ଜବାବ ଦେବା ପାଇଁ ଭାରତୀୟ ନୌସେନା ଅଧିକାରୀମାନେ ‘ଅପରେସନ ଟ୍ରାଇଡେଣ୍ଟ୍‌’ ନାମରେ ଏକ ଅଭିଯାନର ଶୁଭାରମ୍ଭ କରି ସଫଳତା ପାଇଥିଲେ । ସେହି ସଫଳତାକୁ ସ୍ମରଣ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

ଯୁଦ୍ଧରେ ପ୍ରଥମ ଥର ପାଇଁ ମିସାଇଲ୍‌ ବୋଟ୍‌ ଓ ଯୁଦ୍ଧ ତୋପକୁ ବ୍ୟବହାର କରାଯାଇ ପାକିସ୍ଥାନର କରାଚି ତଟରେ ଥିବା ଅନେକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା । ଏହା ସହିତ ଏହି ଆକ୍ରମଣରେ ଆଣ୍ଟି ସିପ୍‌ ମିସାଇଲ୍‌ର ପ୍ରୟୋଗ ମଧ୍ୟ ପ୍ରଥମ ଥର ପାଇଁ କରାଯାଇଥିଲା । ପାକିସ୍ଥାନର କରାଚି ତଟରେ ଆକ୍ରମଣ ପରେ ସାତ ଦିନ ଧରି କରାଚୀ ତେଲ ଡିପୋରେ ନିଆଁ ଜଳିଥିଲା। ଯେଉଁ ନିଆଁକୁ ଲିଭାଇବା ପାଇଁ ପାକିସ୍ଥାନ ଅସମର୍ଥ ହୋଇଥିଲା ।

ଭାରତୀୟ ନୌସେନା ଜବାନଙ୍କର ସାହାସିକତା ପାଇଁ ଭାରତ ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲା । ନୌସେନାର ଶକ୍ତି ଓ ସାହାସିକତା ଏବଂ ‘ଅପରେସନ୍‌ ଟ୍ରାଇଡେଣ୍ଟ୍‌’ର ସଫଳତାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଡିସେମ୍ୱର ୪ ତାରିଖକୁ ନୌସେନା ଦିବସ ଭାବରେ ପାଳନ କରାଯାଇଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top