ଦେଶ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ, ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

rajiv gandhi

ଅର୍ଗସ ବ୍ୟୁରୋ:  ପ୍ରତିବର୍ଷ ଅଗଷ୍ଟ ୨୦ରେ ଦେଶବ୍ୟାପୀ ସଦ୍‌ଭାବନା ଦିବସ ପାଳନ କରାଯାଇଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ୨୦୦୮ଠାରୁ ସଦ୍‌ଭାବନା ଦିବସ ଭାବେ ପାଳନ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାପରେ ଏହି ଦିବସ ପାଳିତ ହୋଇଆସୁଛି । ରାଜୀବ ଗାନ୍ଧୀ ୧୯୪୪ ଅଗଷ୍ଟ ୨୦ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ । ଏହି ଅବସରରେ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ରାହୁଲ ଗାନ୍ଧି ମଧ୍ୟ ଟ୍ୱିଟ କରି ରାଜୀବଙ୍କୁ ମନେପକାଇଛନ୍ତି । ୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ସେ ପ୍ରଧାନମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ ।

ମାତ୍ର ୪୦ ବର୍ଷରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳି ସେ ଦେଶର ସବୁଠାରୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ପାଲଟିଥିଲେ । ୧୯୮୪ ଅକ୍ଟୋବର ୩୧ରୁ ୧୯୮୯ ଡିସେମ୍ବର ୨ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ବୋମା ବିସ୍ଫୋରଣରେ ୧୯୯୧ ମେ ୨୧ରେ ତାମିଲନାଡୁର ଶ୍ରୀପେରୁମ୍ବୁନ୍ଦୁରଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top