ନ୍ୟୁଜ୍

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ

ପୁରୀ:  ଆସନ୍ତାକାଲି ବାହୁଡା ଯାତ୍ରା । ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ । ଜନ୍ମବେଦୀରୁ ଲୀଳାଖେଳ ସାରି ଶ୍ରୀମନ୍ଦିର ଫେରିଯିବେ ମହାପ୍ରଭୁ । ଆଜି ସଂଧ୍ୟା ସୁଦ୍ଧା ଚାରମାଳ ବନ୍ଦା ହୋଇ ସେନାପେଟା ଲାଗି କରାଯିବ । ତେବେ ଚଳିତ ବର୍ଷ ନବମୀ ସଂଧ୍ୟା ଦର୍ଶନ ବନ୍ଦ ରହିବ । ତେବେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୧୦ଟାରୁ ଦୁଇ ତାରିଖ ରାତି ୧୦ଟା ଯାଏଁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଜାରି ହେବ । କେବଳ ଜରୁରୀକାଳୀନ ସେବାକୁ ବାଦ ଦେଲେ ଆଉ କାହାରିକୁ ଛଡ଼ାଯିବ ନାହିଁ । ବଡ଼ଦାଣ୍ଡରେ କୌଣସି ଗାଡି ଗଡ଼ିବ ନାହିଁ । ସହରର ସମସ୍ତ ପ୍ରବେଶ ପଥ ସିଲ ହେବ । ସହର ବାସିନ୍ଦା ନିଜ ପରିବାରକୁ ବାଦ ଦେଲେ ଛାତ ବା କୋଠା ଉପରେ କାହାରିକୁ ବସେଇ ପାରିବେ ନାହିଁ । କୋଭିଡ-୧୯ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତି ହିଁ ବାହୁଡା ଯାତ୍ରାରେ ସାମିଲ ହେବେ । ପୁରୀରେ ସେରୋଲୋଜିକାଲ ପରୀକ୍ଷା କରାଯାଇଥିବାବେଳେ ଆଜି ବଳକା ସେବାୟତଙ୍କ କୋଭିଡ ୧୯ ପରୀକ୍ଷା କରାଯିବ ।

ଆସନ୍ତା ୧ ତାରିଖରେ ବାହୁଡ଼ା ନୀତି ଶେଷ ପରେ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୨ରେ ସୁନାବେଶ, ଜୁଲାଇ ୩ରେ ରଥ ଉପରେ ଅଧରନୀତି, ଜୁଲାଇ ୪ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top