ଧର୍ମ

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର… କିନ୍ତୁ ଶୈବପୀଠରେ ଜମିବନି କାଉଡିଆଙ୍କ ଭିଡ

bolbom

ଅର୍ଗସ ବ୍ୟୁରୋ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କିନ୍ତୁ ଜମିବନି ଶୈବପୀଠରେ କାଉଡିଆଙ୍କ ଭିଡ । ଚଳିତ ଥର କରୋନା କଟକଣା ପାଇଁ ବନ୍ଦ ରହିଛି ବୋଲବମ ଯାତ୍ରା । ଶ୍ରାବଣ ମାସରେ ପାଣି ଢଳା ଉପରେ କଟକଣା ଲାଗିଛି ।

ପ୍ରତିବର୍ଷ ଶ୍ରାବଣ ମାସରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିଥାନ୍ତି ଶିବଭକ୍ତ । ବିଭିନ୍ନ ସ୍ଥାନରୁ ଜଳ ସଂଗ୍ରହ କରି କାଉଡ଼ିଆମାନେ ସୋମବାରରେ ଶିବଲିଙ୍ଗରେ ଜଳ ଢ଼ାଳନ୍ତି । ରାସ୍ତାରେ ଖାଲି ପାଦରେ ଚାଲି ଚାଲି ବୋଲବମ ଭକ୍ତଙ୍କ ମନ୍ଦିରରେ ଭିଡ଼ ଜମେ । ହେଲେ ଚଳିତ ବର୍ଷ କୋରୋନା ମହାମାରୀ କାଉଡିଆଙ୍କ ଶ୍ରାବଣ ପୂଜାକୁ ଫିକା କରିଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top