ଖେଳ

ଆଜି ବିଶ୍ୱ ଅଲମ୍ପିକ ଦିବସ

ଅର୍ଗସ ବ୍ୟୁରୋ : ଆଜି ହେଉଛି ବିଶ୍ୱ ଅଲମ୍ପିକ ଦିବସ। ବିଶ୍ୱରେ ପ୍ରଥମ ଅଲମ୍ପିକ ଦିବସ 1948 ମସିହା ଆଜିର ଦିନରେ ପାଳନ କରାଯାଇଥିଲା। 1894 ମସିହା ଜୁନ 23 ତାରିଖରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଗଠନ କରାଯାଇଥିଲା। ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା କ୍ରୀଡାକୁ ପ୍ରୋତ୍ସାହିତ କରିବା। ପ୍ରତିବର୍ଷ ଏହି ଦିବସ ଅବସରରେ 5 ରୁ 10 କିମି ଗୋଟେ ଫନ ରନ ମଧ୍ୟ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ।

ସେହିପରି ଭାରତୀୟ ଅଲମ୍ପିକ ଆସୋସିଏସନ 1924 ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଭାରତୀୟମାନଙ୍କ ମଧ୍ୟରେ ସୁଟର ଅଭିନବ ବିନ୍ଦ୍ରା 2008 ଅଲମ୍ପିକରେ ସ୍ଵର୍ଣ ପଦକ ହାସଲ କରିଥିଲେ। ଅନ୍ୟ ପଦକ ହାସଲ କାରିଙ୍କ ମଧ୍ୟରେ ଲିଅଣ୍ଡର ପେସ, ରାଜ୍ୟ ବର୍ଦ୍ଧନ ସିଂ ରାଠୋର, ସୁଶୀଲ କୁମାର ଆଦି ପଦକ ଜିତିଛନ୍ତି।

ସେହିପରି ଓଡିଶାରୁ ବର୍ତମାନ ସୁଦ୍ଧା 16 ଜଣ ଅଲମ୍ପିକରେ ଅଂଶଗ୍ରହଣ କରିସାରିଛନ୍ତି। ସେମାନେ ହେଲେ (ଓଡିଶାରୁ ଅଲମ୍ପିକ ଖେଳିଥିବା )-ମାଇକେଲ କିଣ୍ଡୋ , ଦିଲୀପ ତିର୍କୀ , ଇଗ୍ନେସ ତିର୍କୀ , ଲାଜରୁଷ ବାର୍ଳା , ଉଇଲିୟମ ଖାଲକୋ , ରଚିତା ପଣ୍ଡା(ମିସ୍ତ୍ରୀ) , ଅନୁରାଧା ବିଶ୍ୱାଳ , କେ ରବିକୁମାର , ବୀରେନ୍ଦ୍ର ଲାକ୍ରା ,ସୁନିତା ଲାକ୍ରା ,ଦୀପଗ୍ରେସ ଏକ୍କା, ନମିତା ଟପ୍ପ , ଲିଲିମା ମିଞ୍ଜ ,ଶ୍ରାବଣୀ ନନ୍ଦ , ଦୁତି ଚାନ୍ଦ , ସୁଦୀପ ଚିର୍ମାକୁ (ଜୁନିୟର ଅଲମ୍ପିକ)।

Click to comment

Leave a Reply

Your email address will not be published. Required fields are marked *

Most Popular

To Top